ବନ୍ୟାର ଭୟାବହ ପରିସ୍ଥିତି: ଜଳବନ୍ଦୀ ଭିତରେ ବିବାହ କଲେ ଦମ୍ପତି

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି, ଚାରିଆଡେ ପାଣି ମାଡ଼ି ଯାଇଛି। ଏଭଳି ସମୟରେ ଅଷ୍ଟ୍ରେଲିଆରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଆପଣ ବିଶ୍ବାସ କରି ପାରିବେ ନାହିଁ। କିନ୍ତୁ ଏହି ଘଟଣାଟି ବାସ୍ତବରେ ଘଟିଛି। ଅଷ୍ଟ୍ରେଲିଆର ବର-କନ୍ୟା ବନ୍ୟାର ଭୟାବହ ପରିସ୍ଥିତି ଭିତରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।

ଗତ କିଛିଦିନ ହେବ ନ୍ୟୁ ସାଉଥ ୱେଲ୍ସରେ ପ୍ରବଳ ବର୍ଷା ହୋଇଛି। ଖରାପ ପାଗ ଯୋଗୁଁ ୧୮ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଖାଲି ସେତିକି ନୁହେଁ, ସମସ୍ତ ରାସ୍ତା ବନ୍ୟା ପାଣିରେ ବୁଡ଼ି ଯାଇଥିବା ବେଳେ ଅନେକ ଗଛ ଉପୁଡ଼ି ଘର ଓ ରାସ୍ତା ଉପରେ ପଡ଼ି ରହିଛି।

ଏପରି ପରିସ୍ଥିତିରେ କେଟ ଫୋଦେରିଙ୍ଗହମ ଏବଂ ୱେନ ବେଲ ବିବାହ କରିଥିବା ଘଟଣା ଚର୍ଚ୍ଚାରେ ରହିଛି। ଦୁହିଁଙ୍କ ବିବାହ ମାର୍ଚ୍ଚ ୨୦ରେ ହେବା ପାଇଁ ସ୍ଥିର ହୋଇଥିଲା। କିନ୍ତୁ ସେମାନେ ଘରେ ବନ୍ୟା ଜଳରେ ଫସି ଯାଇଥିଲେ। ଏଭଳି ପରିସ୍ଥିତି ସତ୍ତ୍ବେ କେଟ ଫୋଦେରିଙ୍ଗହମ ଏବଂ ୱେନ ବେଲ ନିଜ ବିବାହକୁ ସ୍ଥଗିତ ରଖିବାକୁ ଚାହିଁ ନଥିଲେ। ଏହାପରେ କେଟ ଟୁଇଟ କରି ସାହାଯ୍ୟ ମାଗିଥିଲେ। ଏହି ଟୁଇଟର କିଛି ସମୟ ମଧ୍ୟରେ ତାଙ୍କ ପାଖରେ ସାହାଯ୍ୟ ପହଞ୍ଚିଥିଲା।

କେଟଙ୍କ ସାହାଯ୍ୟ ପାଇଁ ତତ୍କାଳ ହେଲିକପ୍ଟର କମ୍ପାନି ଏଫିନିଟି ପକ୍ଷରୁ ଏକ ହେଲିକପ୍ଟର ଘଟଣାସ୍ଥଳରେ ପହଞ୍ଚିଥିଲା। ହେଲିକପ୍ଟର ସାହାଯ୍ୟରେ ବର, କନ୍ୟାଙ୍କ ସହ ସେମାନଙ୍କ ମାତା, ପିତାଙ୍କୁ ବିବାହସ୍ଥଳରେ ପହଞ୍ଚା ଯାଇଥିଲା। ପାଣିଘେର ଭିତରେ କେଟ ଏବଂ ୱେନଙ୍କ ବିବାହ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

The post ବନ୍ୟାର ଭୟାବହ ପରିସ୍ଥିତି: ଜଳବନ୍ଦୀ ଭିତରେ ବିବାହ କଲେ ଦମ୍ପତି first appeared on Sambad.

from ବିଶେଷ | Sambad https://ift.tt/2PtTsgI

Post a Comment

0 Comments