ସେଲଫି ନେବା ମହିଳାଙ୍କୁ ମହଙ୍ଗା ପଡ଼ିଲା, ପଛରୁ ଭୂଷି ଦେଲା ଛେଳି

ନୂଆଦିଲ୍ଲୀ: ଆଜିକାଲି ସେଲଫି ନେବା ଏକ ଟ୍ରେଣ୍ଡ ପାଲଟି ଯାଇଛି। ଯେଉଁଠାରେ ଦେଖ ଲୋକମାନେ ସେଲଫି ନେବାରେ ବ୍ୟସ୍ତ ରହୁଛନ୍ତି। ଏହି ଟ୍ରେଣ୍ଡରେ ପିଲା ଠାରୁ ବୃଦ୍ଧ ସମସ୍ତେ ସାମିଲ ଅଛନ୍ତି। ଏମିତି ଅନେକ ଘଟଣା ଆସିଛି କି ସେଲଫି ନେଉନେଉ ଲୋକମାନଙ୍କ ଜୀବନ ଚାଲି ଯାଇଛି। ନିକଟରେ ଜଣେ ମହିଳା ସେଲଫି ନେଉଥିବା ସମୟରେ ଛେଳି ଦ୍ବାରା ଆକ୍ରମଣର ଶିକାର ହୋଇଛନ୍ତି।

ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି କି ଜଣେ ମହିଳା ସେଲଫି ନେଉଛନ୍ତି। କିନ୍ତୁ ଏହି ସମୟରେ ମହିଳାଙ୍କ ସହିତ ଯାହା ଘଟିଲା ତାହାକୁ ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଜଣେ ମହିଳା ଜଙ୍ଗଲରେ ସେଲଫି ନେଉଥିବା ଦେଖିବାକୁ ମିଳୁଛି। ଏହି ସମୟରେ କିଛି ଦୂରରେ ଏକ ଛେଳି ବନ୍ଧା ହୋଇଥିବା ବି ନଜରକୁ ଆସୁଛି। ବନ୍ଧା ହୋଇଥିବା ଛେଳିଟି ମହିଳାଙ୍କୁ ଦେଖି ଛାଟିପିଟି ହେଉଛି। ଠିକି ଏତିକି ବେଳେ ଛେଳି ବେକରେ ବନ୍ଧା ହୋଇଥିବା ରଶିଟି ଖୋଲି ଯାଉଛି।

ଆଉ ଛେଳିଟି ଦୌଡ଼ି ଆସି ମହିଳାଙ୍କୁ ଶିଙ୍ଖରେ ଭୁଷି ପକାଉଛି। ଆଉ ମହିଳାଙ୍କ ହାତକୁ ଫୋନ ଖସି ପଡ଼ୁଛି। ଭିଡିଓ ଦେଖି ଲାଗୁଛି ମହିଳାଙ୍କୁ ଦେଖି ଛେଳିଟି ରାଗି ଯାଇ ଏଭଳି ଆକ୍ରମଣ କରିଛି।

 

 

View this post on Instagram

 

A post shared by Wildlife Capture (@thewildcapture)

ଭିଡିଓକୁ ଦୱାଇଲ୍ଡକ୍ୟାପଚର ନାମକ ଆକାଉଣ୍ଟରୁ ସେୟାର କରାଯାଇଛି। ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓକୁ ଏଯାବତ ୩ଲକ୍ଷରୁ ଅଧିକ ଥର ଦେଖା ଯାଇସାରିଲାଣି।  ଲୋକେ ଏହି ଭିଡିଓକୁ ପସନ୍ଦ କରିବା ସହିତ  ମଜାଳିଆ ପ୍ରତିକ୍ରିୟା ବି ଦେଉଛନ୍ତି।

The post  ସେଲଫି ନେବା ମହିଳାଙ୍କୁ ମହଙ୍ଗା ପଡ଼ିଲା, ପଛରୁ ଭୂଷି ଦେଲା ଛେଳି first appeared on Sambad.



from ବିଶେଷ – Sambad https://ift.tt/2OPE3Xx

Post a Comment

0 Comments