ବୃଦ୍ଧ ଅବସ୍ଥାରେ ନିଜ ସାରଙ୍କୁ ପେଟପାଟଣା ପାଇଁ କାର ଚଳାଉଥିବା ଦେଖି ଏଭଳି ସାହାଯ୍ୟ କଲେ ଛାତ୍ର

କାଲିଫର୍ଣ୍ଣିଆ: କରୋନା ମହାମାରୀ କାରଣରୁ ସାରା ବିଶ୍ୱର ମଧ୍ୟବିତ୍ତଙ୍କର ଅବସ୍ଥା ଦୋହଲି ଯାଇଛି | ଅଧିକାଂଶ ଲୋକ ବେରୋଜଗାର ହୋଇଯାଇଥିବାବେଳେ କାଲିଫର୍ଣ୍ଣିଆର ଜଣେ ଶିକ୍ଷକ ଜୋସଙ୍କ ଉପରେ ବି ଏହାର ପ୍ରଭାବ ପଡିଥିଲା | କରୋନା ମହାମାରୀ ଯୋଗୁଁ ତାଙ୍କର ଆର୍ଥିକ ଅବସ୍ଥା ଦୋହଲିଯାଇଥିବାରୁ ସେ ବାଧ୍ୟ ହୋଇ ଡ୍ରାଇଭର ଭାବେ ଗାଡି ଚଳାଉଥିଲେ | ଆଉ ହଠାତ ଦିନେ ନିଜ ଶିକ୍ଷକଙ୍କୁ ଏକ ଟ୍ୟାକ୍ସି ଡ୍ରାଇଭର ଭାବେ ଜୀବନ ଜିଉଁଥିବାର ଛାତ୍ର ଷ୍ଟିଭେନ ଦେଖିଥିଲେ | ନିଜ ଶିକ୍ଷକଙ୍କ ଏଭଳି ଅବସ୍ଥା ଦେଖି ଗୁରୁଙ୍କ ପାଇଁ କିଛି କରିବାକୁ ସେ ସଂକଳ୍ପ ନେଇଥିଲେ |

ଏଥିପାଇଁ ଏକ ଆକାଉଣ୍ଟ ସୃଷ୍ଟି କରିଥିଲେ ଓ ନିଜର ସାଙ୍ଗମାନଙ୍କୁ ଏବାବଦରେ ଜଣାଇଥିଲେ | ଗୁରୁଙ୍କ ପାଇଁ ୫ ହଜାର ଡଲାର ଯୋଗାଡ କରିବା ପାଇଁ ଷ୍ଟିଭେନ ଓ ତାଙ୍କ ସାଙ୍ଗମାନେ ଲାଗିପଡ଼ିଥିଲେ | ଆଉ ଷ୍ଟିଭେନ ସୃଷ୍ଟି କରିଥିବା ଆକାଉଣ୍ଟରେ ତାଙ୍କ ସାଙ୍ଗ ଓ ଶିକ୍ଷକ ଜୋସଙ୍କ ପ୍ରାକ୍ତନ ଛାତ୍ରମାନେ ପ୍ରାୟ ୬ ଗୁଣ ଅଧିକ ଟଙ୍କା ଦେଇଥିଲେ | ଏହା ପରେ ଷ୍ଟିଭେନ ଓ ତାଙ୍କ ସାଙ୍ଗମାନେ ଶିକ୍ଷକ ଜୋସଙ୍କ ୭୭ ତମ ଜନ୍ମଦିନରେ ତାଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ |

photo-aajtak

ସମସ୍ତେ ଶିକ୍ଷକଙ୍କୁ ଭେଟି ଉପହାର ଭାବେ ୨୭ ହଜାର ଡଲାରର ଚେକ ଦେଇଥିଲେ | ଆଉ ଜୋସ କେବେ ବି ବିଶ୍ୱାସ କରିପାରିନଥିଲେ ଯେ ତାଙ୍କ ଛାତ୍ରମାନେ ଏଭଳି ଗୁରୁଦକ୍ଷିଣା ଦେବେ | ଏହାକୁ ନେଇ ଷ୍ଟିଭେନଙ୍କ କହିବା କଥା ଯେ ତାଙ୍କ ଭଳି ଅନେକ ଛାତ୍ରଙ୍କ ଜୀବନକୁ ସଜାଡିବାରେ ଶିକ୍ଷକ ଜଣକ ଲାଗିଥିଲେ | ନିଃସ୍ୱାର୍ଥପର ଭାବେ ସେମାନଙ୍କ ପାଇଁ ପରିଶ୍ରମ କରିଥିବାବେଳେ ନିଜ ଗୁରୁଙ୍କ ଏଭଳି ଅବସ୍ଥାକୁ କିଭଳି ସଜାଡିହେବ ସେଥିପାଇଁ ସେମାନେ ପ୍ରୟାସ କରିଥିଲେ |

The post ବୃଦ୍ଧ ଅବସ୍ଥାରେ ନିଜ ସାରଙ୍କୁ ପେଟପାଟଣା ପାଇଁ କାର ଚଳାଉଥିବା ଦେଖି ଏଭଳି ସାହାଯ୍ୟ କଲେ ଛାତ୍ର first appeared on Sambad.



from ବିଶେଷ – Sambad https://ift.tt/30Ft1Xp

Post a Comment

0 Comments