କୋଳରେ ଶିଶୁକୁ ଧରି ଟ୍ରାଫିକ ନିୟନ୍ତ୍ରଣ କରିଥିଲେ ମହିଳା, ଏଭଳି କରିବା ପଛର କାରଣ ପଚାରିଲା ବିଭାଗ

ଚଣ୍ଡିଗଡ଼: ଗତ ଦୁଇ ଦିନ ହେଲାଣି ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ଏବେ ବିବାଦ ଘେରକୁ ଆସିଛି। ଜଣେ ମହିଳା ଟ୍ରାଫିକ କନଷ୍ଟେବଳ କୋଳରେ ନିଜ ଶିଶୁକୁ ଧରି ଟ୍ରାଫିକ ନିୟନ୍ତ୍ରଣ କରିବାର ଦୃଶ୍ୟ ଭିଡିଓରେ ଦେଖାଯାଇଥିଲା। ଭିଡିଓ ଭାଇରାଲ ହେବା ପରେ ପରିବାର ଏବଂ ଅଫିସରେ ଜଣେ ମା’କୁ କେହି ସାହାଯ୍ୟ କରୁନଥିବାର ଅଭିଯୋଗ ଆଣିଥିଲେ ଟୁଇଟର ବ୍ୟବହାରକାରୀ। ଚଣ୍ଡିଗଡ଼ ଟ୍ରାଫିକ ପୁଲିସ ଟିମ୍ ଉପରେ ମଧ୍ୟ ପ୍ରଶ୍ନ ଉଠିଥିଲା। ହେଲେ ଭିଡିଓ ଭାଇରାଲ ହେବା ପରେ ଏବେ ପ୍ରକୃତ ଘଟଣା ସାମ୍ନାକୁ ଆସିଛି।

ତଦନ୍ତ ପରେ ଜଣାପଡ଼ିଛି ଯେ, ଶୁକ୍ରବାର ଟ୍ରାଫିକ କନେଷ୍ଟବଳ ପ୍ରିୟଙ୍କାଙ୍କୁ ସକାଳ ୮ଟାରେ ଡୟୁଟି କରିବାକୁ ଆସିବା ପାଇଁ କୁହାଯାଇଥିଲା। କିନ୍ତୁ ପ୍ରିୟଙ୍କାଙ୍କର ବିଳମ୍ବ ହେବାରୁ କିଛି ସମସ୍ୟା ଥିଲେ ସେ ଛୁଟି ନେଇପାରନ୍ତିି ବୋଲି ତାଙ୍କୁ କୁହାଯାଇଥିଲା। କିନ୍ତୁ ଛୁଟି ନନେଇ ପ୍ରିୟଙ୍କା ଦିନ ୧୧ଟାରେ ନିଜ ଶିଶୁକୁ ଧରି ସେକ୍ଟର-୨୯ରେ ପହଞ୍ଚି ଡିୟୁଟି କରିଥିଲେ। ଏହି ସମୟରେ ବା‌ଟରେ ଯାଉଥିବା ଜଣେ ଯାତ୍ରୀ ତାଙ୍କର ଭିଡିଓ ରେକର୍ଡ କରି ଟୁଇଟ କରିଥିଲେ। ଏବେ କ’ଣ ପାଇଁ ପ୍ରିୟଙ୍କା ନିଜ ଶିଶୁକୁ ଧରି ଡିୟୁଟି କରିବା ପାଇଁ ଆସିଥିଲେ, ସେ ନେଇ ବିଭାଗୀୟ ଅନୁସନ୍ଧାନ ଆରମ୍ଭ ହୋଇଛି।

ଅନ୍ୟ ପକ୍ଷରେ କହିଳା କନଷ୍ଟେବଳ କହିଛନ୍ତି ଯେ, ତାଙ୍କ ଶିଶୁଟି ଛୋଟ ଥିବାରୁ କିଛି ସମୟ ବ୍ୟବଧାନରେ କାନ୍ଦେ। ସ୍ବାମୀ ଏବଂ ପରିବାର ଲୋକେ ସେଦିନ ତାକୁ ବୁଝାଇ ନପାରି ସେ କାମ କରୁଥିବା ସ୍ଥାନକୁ ଆଣିଥିଲେ। ଏହା ପ‌ରେ ପ୍ରିୟଙ୍କା ନିଜ ଶିଶୁକୁ ଚୁପ କରାଇବା ପାଇଁ କିଛି ସମୟ କୋଳରେ ଧରିଥିଲେ।

The post କୋଳରେ ଶିଶୁକୁ ଧରି ଟ୍ରାଫିକ ନିୟନ୍ତ୍ରଣ କରିଥିଲେ ମହିଳା, ଏଭଳି କରିବା ପଛର କାରଣ ପଚାରିଲା ବିଭାଗ first appeared on Sambad.



from ବିଶେଷ – Sambad https://ift.tt/3sRnWr8

Post a Comment

0 Comments