ସ୍ବତନ୍ତ୍ର ଉତ୍କଳ ଦିବସ

୧୯୩୬ ମସିହା ଏପ୍ରିଲ ୧ ତାରିଖ ସମସ୍ତ ଓଡ଼ିଆଙ୍କ ପାଇଁ ଏକ ଗର୍ବ ଓ ଗୌରବର ଦିନ। ପ୍ରାୟ ପାଞ୍ଚ ଶହ ବର୍ଷ ସୀମାହୀନ, ଜାତିହୀନ ଓ ଭାଷାହୀନ ଅବସ୍ଥାରେ ଖଣ୍ତ-ବିଖଣ୍ତିତ ହୋଇ ରହିବା ପରେ, ଏହି ଦିନରେ ଓଡ଼ିଶା ଏକତ୍ର ହୋଇଥିଲା।

ଏକଦା ନିଜର କଳା-ସ˚ସ୍କୃତି, ଭାଷା-ସାହିତ୍ୟ, ବାଣିଜ୍ୟ-ବ୍ୟବସାୟ ଓ ସାମାଜିକ-ସାମରିକ ପରମ୍ପରା ପାଇଁ ଏହି ରାଜ୍ୟ ବିଶେଷ ଭାବେ ପରିଚିତ ଥିଲା। କ୍ରମେ ଏକାଧିକ କାରଣରୁ ପ୍ରଥମେ ଏହାର ସ୍ବାଧୀନତା ଏବ˚ ପରେ ସାମାଜିକ ନିରାପତ୍ତା, ଭାଷା ଓ ସ˚ସ୍କୃତି ଆଦି ସବୁ କିଛି ବିପନ୍ନ ହୋଇଥିଲା। ଏହାର ଭୌଗୋଳିକ ସୀମା ସଙ୍କୋଚନ ପରେ, ଅଣଓଡ଼ିଆମାନେ, ତତ୍‌କାଳୀନ ବ୍ରିଟିସ୍‌ ସରକାରକୁ ପ୍ରଭାବିତ କରି, ଏହାକୁ ଖଣ୍ତ ଖଣ୍ତ କରି ବାଣ୍ଟିନେବାକୁ ମସୁଧା କରିଥିଲେ। ଏପରିକି କେତେକ ବଙ୍ଗୀୟ ପ୍ରକାଶ୍ୟରେ, ଓଡ଼ିଆ ଏକ ସ୍ବତନ୍ତ୍ର ଭାଷା କି ଜାତି ନୁହେଁ, ଏଣୁ ଏହାକୁ ସ୍ବତନ୍ତ୍ର ପ୍ରଦେଶର ମାନ୍ୟତା ନ ଦେଇ, ବାଂଲା ଭାଷାଭାଷୀ ଅଞ୍ଚଳରେ ମିଶାଇଦେବା ପାଇଁ ମତ ଦେଇଥିଲେ।

ସେ ଯାହା ହେଉ, ସେମାନଙ୍କ ଷଡ଼୍‌ଯନ୍ତ୍ର ବିରୋଧରେ ଉତ୍କଳଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ବ୍ୟାସକବି ଫକୀରମୋହନ ସେନାପତି, ପଣ୍ତିତ ନୀଳକଣ୍ଠ ଦାଶ, କବିବର ରାଧାନାଥ ରାୟ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦେବ, ସ୍ବଭାବ କବି ଗଙ୍ଗାଧର ମେହେର, ବିଚିତ୍ରାନନ୍ଦ ଦାସ, କର୍ମବୀର ଗୌରୀଶଙ୍କର ରାୟ ଓ ହରିହର ମର୍ଦରାଜ ଦେବ ଆଦିଙ୍କ ନେତୃତ୍ବରେ ପ୍ରତିବାଦର ସ୍ବର ତୀବ୍ର ହୋଇଥିଲା। ଶେଷରେ ପରାଧୀନତା ଶୃଙ୍ଖଳରୁ ମୁକ୍ତ ହୋଇଥିଲେ ଆମେ ଏବ˚ ଜନ୍ମ ନେଇଥିଲା ସ୍ବତନ୍ତ୍ର ଓଡ଼ିଶା। ଏହା ଆଧୁନିକ ଓଡ଼ିଶା ଇତିହାସର ସବୁଠାରୁ ଉଲ୍ଲେଖନୀୟ ଘଟନା। ଏହା ଥିଲା ଊନବି˚ଶ ଶତାବ୍ଦୀରୁ ଆରମ୍ଭ ହୋଇଥିବା ଓଡ଼ିଶାର ନବଜାଗରଣର ଚୂଡ଼ାନ୍ତ ଫଳଶ୍ରୁତି। ସାଙ୍କେତିକ ଭାବେ ଏହା ଥିଲା ଓଡ଼ିଶାର ସ୍ବକୀୟତାର ଘୋଷଣା।

The post ସ୍ବତନ୍ତ୍ର ଉତ୍କଳ ଦିବସ first appeared on Sambad.

from ବିଶେଷ | Sambad https://ift.tt/3rKdxwl

Post a Comment

0 Comments