ବିହାର ଚାଷୀଙ୍କ ଜମିରେ ଫଳିଲା ପୃଥିବୀର ସବୁଠୁ ମହଙ୍ଗା ପରିବା, କିଲୋ ପ୍ରତି ମୂଲ୍ୟ ଏକ ଲକ୍ଷ ଟଙ୍କା !

ଔରଙ୍ଗାବାଦ: ବିହାରର ଔରଙ୍ଗାବାଦ ଜିଲ୍ଲାରେ ଜଣେ ଯୁବକ ବିଶ୍ୱର ସବୁଠାରୁ ମହଙ୍ଗା ପରିବା ଚାଷ କରିଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଭାରତୀୟ ପ୍ରଶାସନିକ ଅଧିକାରୀ ସୁପ୍ରିୟା ସାହୁ ଏକ ଟୁଇଟ କରି ଚାଷୀ ଅମରେଶ ସିଂହ କରୁଥିବା ମହଙ୍ଗା ଚାଷ ବିଷୟରେ ଆଲୋଚନା କରିଛନ୍ତି। ସେ ଲେଖିଛନ୍ତି, ହପ୍ ସୁଟ୍ସ ହେଉଛି ବିଶ୍ବର ସବୁଠାରୁ ମହଙ୍ଗା ପରିବା। ଏହାର କିଲୋ ପ୍ରତି ମୂଲ୍ୟ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି ଏବଂ ଏହାକୁ ଚାଷ କରୁଛନ୍ତି ଅମରେଶ।

hop shoot crop

ବିହାର ଔରଙ୍ଗାବାଦ ଜିଲ୍ଲାର କରମଡି ଗାଁରେ ଅମରେଶ ସିଂହ ବସବାସ କରନ୍ତି। ଦୁଇମାସ ପୂର୍ବରୁ ‌ସେ ଏହି ଚାରା ଆଣି ଲଗାଇଥିଲେ। ଧୀରେଧୀରେ ଏହା ବଡ଼ ହେବାକୁ ଲାଗିଥିଲା। ହପ୍ ସୁଟ୍ସର ସବୁଠାରୁ ବଡ କ୍ରେତା ହେଲା ଆମେରିକା। ଏହି ପରିବା ବଜାରରେ ଉପଲବ୍ଧ ହୁଏନାହିଁ। ଆଣ୍ଟିବାୟୋଟିକ୍ ଔଷଧ ତିଆରି କରିବା ପାଇଁ ଏହି ପରିବା ବ୍ୟବହାର କରାଯାଏ। ଟିବି ଚିକିତ୍ସା ପାଇଁ ହପ୍ ସୁଟ୍ସରେ ତିଆରି ଔଷଧ ପ୍ରଭାବଶାଳୀ ପ୍ରମାଣିତ ହୋଇଥାଏ। ଏହାର ଫୁଲ ମଦ ତିଆରି ପାଇଁ ବ୍ୟବହାର କରଯାଏ। ଏହାର ଫୁଲକୁ ହପ୍ କୋନ୍ସ କୁହାଯାଏ।

ବିହାର ଔରଙ୍ଗାବାଦରେ ରହୁଥିବା ଅମରେଶ ସିଂହ ଏକ ସାଧାରଣ ପରିବାର ସଦସ୍ୟ। ତାଙ୍କ ବାପା ଜଣେ ଚା‌ଷୀ। ଦ୍ବାଦଶଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିବା ଅମରେଶ ଚାଷରେ ହିଁ ନିଜର କ୍ୟାରିୟର ତିଆରି କରିଛନ୍ତି। ୪୦ବର୍ଷର ଅମରେଶଙ୍କ ନାମ ଦେଶର ପ୍ରଗତିଶୀଳ ଚାଷୀଙ୍କ ତାଲିକାରେ ରହିଛି। ସେ ଶହେରୁ ଊର୍ଧ୍ବ ଚାଷୀଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି।

The post ବିହାର ଚାଷୀଙ୍କ ଜମିରେ ଫଳିଲା ପୃଥିବୀର ସବୁଠୁ ମହଙ୍ଗା ପରିବା, କିଲୋ ପ୍ରତି ମୂଲ୍ୟ ଏକ ଲକ୍ଷ ଟଙ୍କା ! first appeared on Sambad.

from ବିଶେଷ | Sambad https://ift.tt/3fC61kS

Post a Comment

0 Comments