ଚଳନ୍ତା ଟ୍ରେନ୍‌ରେ ଚଢୁ ଚଢୁ ଖସି ପଡୁଥିଲେ ଯାତ୍ରୀ, ଦୌଡ଼ିଯାଇ ଜୀବନ ବଞ୍ଚାଇଲେ ଆର୍‌ପିଏଫ୍‌ କର୍ମଚାରୀ

ପାଣାଜୀ: ଅନେକ ସମୟରେ ରେଲୱେ ପ୍ରୋଟେକ୍ସନ୍‌ ଫୋର୍ସ(ଆର୍‌ପିଏଫ୍‌)ର କର୍ମଚାରୀମାନେ ଲୋକଙ୍କ ଜୀବନ ବଞ୍ଚାଇ ଚର୍ଚ୍ଚାରେ ରହି ଆସିଛନ୍ତି। ନିକଟରେ ମଧ୍ୟ ପୁଣି ଥରେ ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି। ଗୋଆ ଷ୍ଟେସନ୍‌ରେ ଜଣେ ବ୍ୟକ୍ତି ଏକ ଚଳନ୍ତା ଟ୍ରେନ୍‌କୁ ଚଢୁଥିବା ସମୟରେ ଖସିପଡ଼ିବା ବେଳେ ତାଙ୍କୁ ଧରି ପକାଇ ତାଙ୍କ ଜୀବନ ବଞ୍ଚାଇ ଚର୍ଚ୍ଚିତ ପାଲଟିଛନ୍ତି ଜଣେ ଆର୍‌ପିଏଫ୍ କର୍ମଚାରୀ।

ଏହି ଘଟଣାର ସିସିଟିଭି ଫୁଟେଜ୍‌କୁ ଟ୍ବିଟର୍‌ରେ ସେୟାର କରିଛି କେନ୍ଦ୍ର ରେଳ ମନ୍ତ୍ରାଳୟ। ଫୁଟେଜ୍‌କୁ ସେୟାର କରିବା ସହ ଲୋକମାନଙ୍କୁ ଚଳନ୍ତା ଟ୍ରେନ୍‌କୁ ନଚଢ଼ିବା ପାଇଁ ନିବେଦନ କରିଛି ମନ୍ତ୍ରାଳୟ।

 

ଭିଡିଓରେ ଦେଖିବାକୁ ମିଳିଛି ଯାତ୍ରୀ ଜଣକ ଟ୍ରେନ୍‌କୁ ଚଢ଼ିବା ପାଇଁ ଦୌଡ଼ି ଦୌଡ଼ି ଯାଉ ଯାଉ ତାଙ୍କ ଗୋଡ଼ ଖସିଯାଉଛି ଓ ସେ ଚଳନ୍ତା ଟ୍ରେନ୍‌ ସନ୍ଧିରେ ଖସି ପଡୁଛନ୍ତି। ଠିକ୍‌ ସେହି ସମୟରେ ଆର୍‌ପିଏଫ୍ କର୍ମଚାରୀ ଜଣକ ତୁରନ୍ତ ଆସି ତାଙ୍କୁ ସେହି ସନ୍ଧିରୁ ଟାଣି ଆଣୁଛନ୍ତି। ଆରପିଏଫ୍‌ କର୍ମଚାରୀଙ୍କର ଏପରି ସାହସିକତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା ମିଳିଛି।

 

The post ଚଳନ୍ତା ଟ୍ରେନ୍‌ରେ ଚଢୁ ଚଢୁ ଖସି ପଡୁଥିଲେ ଯାତ୍ରୀ, ଦୌଡ଼ିଯାଇ ଜୀବନ ବଞ୍ଚାଇଲେ ଆର୍‌ପିଏଫ୍‌ କର୍ମଚାରୀ first appeared on Sambad.



from ବିଶେଷ – Sambad https://ift.tt/3t6P9WQ

Post a Comment

0 Comments