
ଭୁବନେଶ୍ବର : କରୋନା ମୁକାବିଲା ପାଇଁ ରାଜ୍ୟରେ ଜାନୁଆରି ୧୬ରୁ ଟିକାଦାନ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟକର୍ମୀ ଓ ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ ଟିକା ଦିଆଯାଇଥିବାବେଳେ ଏବେ ବରିଷ୍ଠ ନାଗରିକ ଓ ଏକାଧିକ ରୋଗରେ ଆକ୍ରାନ୍ତଙ୍କୁ ଟିକା ଦିଆଯାଉଛି। ଦିନକୁ ଲକ୍ଷେ ଲୋକଙ୍କୁ ଟିକା ଦେଇ ରାଜ୍ୟକୁ କରୋନା ଶୂନ୍ୟ କରିବାକୁ ରାଜ୍ୟ ସରକାର ଅଭିଯାନ ଚଳାଇଛନ୍ତି। ୩ ଲକ୍ଷ ୫୦ହଜାର ସ୍ବାସ୍ଥ୍ୟ କର୍ମୀ, ୧ଲକ୍ଷ ୯୦ ହଜାର କରୋନା ଯୋଦ୍ଧାଙ୍କୁ ଟିକା ଦେବାକୁ ରାଜ୍ୟ ସରକାର ତାଲିକା ପ୍ରସ୍ତୁତ କରିଥିବାବେଳେ ଏଥିରୁ ଅଧିକାଂଶ ପ୍ରଥମ ପର୍ଯ୍ୟାୟ ଓ ଦ୍ବିତୀୟ ପର୍ଯ୍ୟାୟ ଟିକା ନେଇ ସାରିଲେଣି।
ଦେଶର ସବୁଠୁ ବଡ଼ କୋଭିଡ୍ ହସ୍ପିଟାଲ ଓଡ଼ିଶାରେ
ଭୁବନେଶ୍ବର : କରୋନା ମୁକାବିଲା ପାଇଁ ସାରା ଦେଶ ତତ୍ପର ଥିଲେ ହେଁ ଓଡ଼ିଶା ସମସ୍ତଙ୍କ ଠାରୁ ପାଦେ ଆଗରେ ଥିଲା। ମାର୍ଚ୍ଚ ୨୫ରେ ରାଜ୍ୟ ସରକାର ଦେଶର ସବୁଠୁ ବଡ଼ କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା ପାଇଁ ଘୋଷଣା କରିଥିଲେ। ମାତ୍ର କମ୍ ଦିନରେ ସମ୍ ହସ୍ପିଟାଲରେ ୫୦୦ଶଯ୍ୟା, କିମ୍ସରେ ୫୦୦ ଶଯ୍ୟା ବିଶିଷ୍ଟ ଉତ୍ସର୍ଗୀକୃତ କୋଭିଡ୍ ହସ୍ପିଟାଲ ନିର୍ମାଣ ହୋଇଥିଲା। କୋଭିଡ୍ ମୁକାବିଲା ପାଇଁ ରାଜ୍ୟରେ ୫୩ଟି ହସ୍ପିଟାଲରେ ୧୦ହଜାର ଶଯ୍ୟାର ବ୍ୟବସ୍ଥା କରାଯାଇଥିଲା।
ସେହିପରି କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଜୁଲାଇ ୧୫ରେ ରାଜ୍ୟରେ ପ୍ଲାଜ୍ମା ଥେରାପି ଆରମ୍ଭ ହୋଇଥିଲା। ଯାହା ବହୁ ଆକ୍ରାନ୍ତଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇ ଦେଇଥିଲା।
The post କରୋନା ବିଭୀଷିକା : ଦିନକୁ ଲକ୍ଷେ ଟିକା ଟାର୍ଗେଟ୍ first appeared on Sambad.
from ବିଶେଷ – Sambad https://ift.tt/3tiGX63
0 Comments