
ନୂଆଦିଲ୍ଳୀ: ବହୁ ପ୍ରତୀକ୍ଷିତ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ନେଇ ଉତ୍ତରପ୍ରଦେଶର ସ୍ଥପତିମାନେ ଲାଗିପଡ଼ିଛନ୍ତି। ସହରର ଯୋଜନାରେ ନୂତନ ବୈଶିଷ୍ଟ ଆଣିବାକୁ ଚେଷ୍ଟା ଚଳାଇଛନ୍ତି। ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ବିଶାଳ ମୂର୍ତ୍ତି ବ୍ୟତୀତ ଅଯୋଧ୍ୟାର ମାଷ୍ଟର୍ପ୍ଲାନ୍ରେ ଗୋଶାଳା, ପରିକ୍ରମା ପଥ, ସୌର ଶକ୍ତି ପ୍ୟାନେଲ୍ ଓ ଆହୁରି ଅନେକ କିଛି କରାଯିବାର ଯୋଜନା ରହିଛି।
ୟୁପିର ଯୋଗୀ ଆଦିତ୍ୟନାଥ ସରକାର ଅଯୋଧ୍ୟାକୁ ଏକ ଅତ୍ୟାଧୁନିକ ଧାର୍ମିକସ୍ଥଳୀ ସହ ସ୍ମାର୍ଟ ସହରରେ ପରିଣତ କରିବା ପାଇଁ କୌଣସି ପ୍ରକାରର ସାଲିସ୍ କରୁନାହାନ୍ତି। ତୀର୍ଥଯାତ୍ରାକୁ ସୁଗମ କରିବା ପାଇଁ ସହଜ ସଂଯୋଗର ମାଧ୍ୟମ ବିକାଶ ବ୍ୟତୀତ ଆହୁରି ଅନେକ ଯୋଜନା ରଖିଛନ୍ତି।
ଯୋଜନାକାରୀମାନେ ସହରର ଐତିହ୍ୟ ଉପରେ ବେଶ୍ ଗୁରୁତ୍ବ ଦେଇଛନ୍ତି, ଫଳରେ ପର୍ଯ୍ୟଟକମାନେ ଯେପରି ବେଶି ଆକୃଷ୍ଟ ହେବେ। ପର୍ଯ୍ୟାପ୍ତ ସୁବିଧା ସହିତ ତିନୋଟି ପରିକ୍ରମା ମାର୍ଗ ଖୋଲାଯିବ। ଏହାବ୍ୟତୀତ ସରଜୁ ନଦୀ କୂଳରେ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ଏକ ସ୍ବତନ୍ତ୍ର ଜଳ କ୍ରୀଡ଼ାସ୍ଥଳୀ କରାଯିବା ମଧ୍ୟ ଯୋଜନାର ଅନ୍ତର୍ଭୁକ୍ତ।
ଆସନ୍ତ ୬ ମାସ ସୁଦ୍ଧା ଏହି ସହର ପ୍ରସ୍ତୁତ ହୋଇଯିବ ବୋଲି ଆଶା କରାଯାଉଛି। ଏହି ମାଷ୍ଟରପ୍ଲାନରେ ସହରର ଐତିହ୍ୟ ବଜାୟ ରଖିବା ଉପରେ ବିଶେଷ ଧ୍ୟାନ ଦିଆଯାଇଥିବା ଦେଖିବାକୁ ମିଳିଛି।
ଅଯୋଧ୍ୟାର ମାଷ୍ଟର ପ୍ଲାନ୍ରେ ଏକ ମୁଖ୍ୟ ଦ୍ବାର, କାର୍ ଏବଂ ବସ୍ ପାର୍କିଂ ସ୍ଥାନ, ଘାସ, ଭିଆଇପି ଗେଷ୍ଟ୍ହାଉସ, ମୂର୍ତ୍ତି ଉଦ୍ୟାନ, ଭୋଜନାଳୟ, ପରିକ୍ରମା ପଥ, ଧନୁଷ ଘାଟ, ଗୋଶାଳା, ସୌର ଉର୍ଜା ପ୍ୟାନେଲ୍ ଓ ପ୍ରଭୁ ରାମଚନ୍ଦ୍ରଙ୍କ ମୂର୍ତ୍ତି ରହିବ ବୋଲି ସୂଚନା ରହିଛି।
The post ନୂଆ ରୂପ ନେଉଛି ଅଯୋଧ୍ୟା, ତିଆରି ଚାଲିଛି ନୂଆ ମାଷ୍ଟର୍ପ୍ଲାନ୍; ଜାଣନ୍ତୁ କ’ଣ ସବୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ? first appeared on Sambad.
from ବିଶେଷ – Sambad https://ift.tt/3aHJmAQ
0 Comments