
ଚାଇନା ଅନ୍ତର୍ଗତ ସାନ୍ଡୋଙ୍ଗ୍ ପ୍ରଦେଶର ସୌଗୁଆଙ୍ଗ୍ରେ ବିଶ୍ୱର କ୍ଷୁଦ୍ରତମ ପର୍ବତ ଅଛି। ସାଧାରଣ ପଥରଟିଏ ଭଳି ଦିଶୁଥିଲେ ହେଁ ଏହାକୁ ପର୍ବତର ମାନ୍ୟତା ଦିଆଯାଇଛି। କାରଣ, ଏହାର ଏକ ବଡ଼ ଅଂଶ ଭୂମି ତଳେ ଅଛି। ଭୂମି ତଳେ ଏହା ଅଠଚାଳିଶ ମିଟର୍ ପର୍ଯ୍ୟନ୍ତ ଲମ୍ବିଥିବା କିଛି ଭୂତତ୍ତ୍ବବିଜ୍ଞାନୀ ବିଶ୍ୱାସ କରନ୍ତି। ତେବେ, କେହି, କେବେ କୌଣସି ଆଧୁନିକ ବୈଜ୍ଞାନିକ ପଦ୍ଧତିରେ ମାପିନାହାନ୍ତି। ଗତ ଶହେ ବର୍ଷ ମଧ୍ୟରେ ଦୁଇ ଥର ମାପିବା ପାଇଁ ଉଦ୍ୟମ ହୋଇଥିଲା, ଯାହାର କୌଣସି ସୁଫଳ ମିଳି ନ ଥିଲା। କିଛି ବର୍ଷ ତଳେ ଭୂମି ନ ଖୋଳିବା ପାଇଁ ସରକାରୀ ନିଷେଧାଦେଶ ଜାରିହେବା ପରେ ଆଉ କେହି ଉଦ୍ୟମ କରିନାହାନ୍ତି। ପର୍ବତର ନାମ ‘ଜିଙ୍ଗ୍ସାନ୍’। ଭୂମି ଉପରକୁ ଦିଶୁଥିବା ଅ˚ଶର ଉଚ୍ଚତା ୦.୬ ମିଟର୍, ଲମ୍ବ ୧.୨୪ ମିଟର୍ ଏବ˚ ପ୍ରସ୍ଥ ୦.୭ ମିଟର୍। ଅର୍ଥାତ୍, ଜଣେ ପାହୁଣ୍ଡଟିଏ ପକାଇଲେ, ଚୂଡ଼ାରେ ପହଞ୍ଚିପାରିବ। ପର୍ବତଟି ସୌଗୁଆଙ୍ଗ୍ର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ। ବାର୍ଷିକ ହଜାର ହଜାର ପର୍ଯ୍ୟଟକ ଦେଖିବାକୁ ଆସୁଥିବା ଜଣାଯାଏ।
The post ବିଶ୍ୱର କ୍ଷୁଦ୍ରତମ ପର୍ବତ: ‘ଜିଙ୍ଗ୍ସାନ୍’ first appeared on Sambad.
from ବିଶେଷ – Sambad https://ift.tt/3aGj025
0 Comments