ଆକାଶକୁ ଆଲୋକ ପକାଇ ଖାଦ୍ୟ ନେଇ ଆସୁଥିବା ଡେଲିଭରି ବୟକୁ ଘରର ବାଟ କଢ଼ାଇଲେ ଗ୍ରାହକ

ନୂଆଦିଲ୍ଳୀ: ଅନ୍‌ଲାଇନ୍‌ରୁ ଖାଦ୍ୟ ବରାଦ ଦେଇ ସୁସ୍ବାଦୁ ଖାଦ୍ୟକୁ ଉପଭୋଗ କରି କରି ଖାଇବା ଯେତିକି ମଜାଦାୟକ, ଡେଲିଭରି ବୟକୁ ନିଜ ଘରର ବାଟ ବତାଇବା ତା’ଠାରୁ ବେଶି ବିରକ୍ତିକର। ବେଳେ ବେଳେ ନିଜ ଠିକଣା ଅନ୍ୟକୁ ବୁଝାଇବାରେ ଆମେ ନିଜେ ଅସମର୍ଥ ହୋଇପଡୁ, ତାହା ସାମ୍ନା ଲୋକର ବୁଝିବା ଶକ୍ତି ଉପରେ ବି ତ ନିର୍ଭର କରେ।

 

ମାତ୍ର ଏପରି ଏକ ସମସ୍ୟାର ବାଟ କାଢ଼ି ସୋସିଆଲ୍‌ ମିଡିଆରେ ଖୁବ୍ ଜୋର୍‌ରେ ଚର୍ଚ୍ଚା ପାଲଟିଛନ୍ତି ଜଣେ ଟ୍ବିଟର୍‌ ବ୍ୟବହାରକାରୀ। ବ୍ୟବହାରକାରୀ ଜଣକ ତାଙ୍କ ଟ୍ବିଟ୍‌ ପୋଷ୍ଟ୍‌ରେ ଲେଖିଛନ୍ତି, ‘ଉବେର ଇଟ୍‌ସ ଡ୍ରାଇଭର୍‌ ମୋ ଘରର ବାଟ ପାଇଲେ ନାହିଁ ତେଣୁ’। ଏପରି ଲେଖି ସେ ତାଙ୍କ ଚାଟିଂର ଏକ ସ୍କ୍ରିନ୍‌ସଟକୁ ଟ୍ବିଟର୍‌ରେ‌ ସେୟାର୍‌ କରିଛନ୍ତି। ବ୍ୟବହାରକାରୀ ଜଣକ ଉବେର ଇଟ୍‌ସ ଡ୍ରାଇଭରଙ୍କୁ ପଠାଇଛନ୍ତି ଆକାଶକୁ ଦେଖ ଓ ଆକଶରେ ଦିଶୁଥିବା ଆଲୋକକୁ ଅନୁକରଣ କରି ମୋ ଘରକୁ ଆସ।’ ଏହାର ଉତ୍ତରରେ ଡ୍ରାଇଭର୍‌ ଜଣକ ପ୍ରଥମେ ଲେଖିଛନ୍ତି, ‘କଣ!’। ତାପରେ ବୁଝିପାରିବା ପରେ ଲେ୍‌ଖିଛନ୍ତି, ‘ହେ ଭଗବାନ ମୁଁ ଦେଖିପାରିଲି।’

 

ଫଟୋରେ ଦେଖିବାକୁ ମିଳିଛି କି ଖାଦ୍ୟ ବରାଦ ଦେଇଥିବା ବ୍ୟକ୍ତି ଜଣକ ଆକାଶମାର୍ଗକୁ ଏକ ଲାଇଟ୍‌ ପକାଇ ଡ୍ରାଇଭର୍‌ଙ୍କୁ ନିଜ ଘର ଚିହ୍ନାଇବାର ସରଳ ବାଟ ବତାଇଛନ୍ତି। ତାଙ୍କର ଏହି ବୁଦ୍ଧିକୁ ଇଣ୍ଟର୍‌ନେଟ୍‌ରେ ଭୂରି ଭୂରି ପ୍ରଶଂସା ମିଳିଛି।

 

 

 

The post ଆକାଶକୁ ଆଲୋକ ପକାଇ ଖାଦ୍ୟ ନେଇ ଆସୁଥିବା ଡେଲିଭରି ବୟକୁ ଘରର ବାଟ କଢ଼ାଇଲେ ଗ୍ରାହକ first appeared on Sambad.



from ବିଶେଷ – Sambad https://ift.tt/3qTH2fG

Post a Comment

0 Comments