କୋଲକାତା: ତୈଳଦର ବୃଦ୍ଧିକୁ ନେଇ ପ୍ରତିବାଦ କରୁଥିବା ବେଳେ ଘଟିଲା ଅଘଟଣ। ତଳେ ପଡ଼ିବାରୁ ଅଳ୍ପକେ ବର୍ତ୍ତିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ନିଜେ ବ୍ୟାଟେରୀ ଚାଳିତ ସ୍କୁଟି ଚଳାଇବାକୁ ମନ କରିବା ସହ ମମତା ବାନାର୍ଜୀ ଗାଡ଼ି ଷ୍ଟାର୍ଟ କରିଥିଲେ। ହେଲେ ଆକ୍ସିିଲିରେଟର ମୋଡିବା ପରେ ତାଙ୍କ ସ୍କୁଟରଟି ତଳକୁ ନଇଁ ପଡ଼ିଥିଲା। ତେବେ ସେ ପଡ଼ିବା ପୂର୍ବରୁ ଗାଡ଼ିକୁ ଧରି ପକାଇଥିଲେ ସୁରକ୍ଷାକର୍ମୀ। ଏହା ପରେ ଗାଡ଼ି ଦୁଇ ପଟେ ସୁୁରକ୍ଷାକର୍ମୀ ଗାଡ଼ିିକୁ ଧରିବାରୁ ମମତା ବାନାର୍ଜୀ ଆଗକୁ ଗାଡ଼ି ଚଳାଇଥିଲେ।
ଏହି ସମୟର ଏକ ଭିଡିଓ ଏବେ ଭାଇରାଲ ହେଉଥିବା ବେଳେ ସୋସିଆଲ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ବିରୋଧୀମାନେ ସୋସିଆଲ ମିଡିଆରେ ମମତା ବାନାର୍ଜୀଙ୍କୁ ଟ୍ରୋଲ କରୁଥିବା ଦେଖିବାକୁ ମିଳିଛି।
#WATCH | West Bengal CM Mamata Banerjee nearly falls while driving an electric scooter in Howrah, as a mark of protest against fuel price hike. She quickly regained her balance with support and continued to drive.
She is travelling to Kalighat from State Secretariat in Nabanna pic.twitter.com/CnAsQYNhTP
— ANI (@ANI) February 25, 2021
କିଛି ସମୟ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବ୍ୟାଟେରୀ ଚାଳିତ ସ୍କୁଟରରେ ବସି ତୈଳଦର ବୃଦ୍ଧି ନେଇ ପ୍ରତିବାଦ କରୁଥିବାର ଭିଡିଓ ସାମ୍ନାକୁ ଆସିଥିଲା। ଭିଡିଓରେ ଦେଖାଯାଇଥିଲା ଯେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତୈଳଦର ବୃଦ୍ଧି ବିରୋଧରେ ପ୍ରତିବାଦ କରିବାକୁ ଯାଇ ଇଲେକ୍ଟ୍ରିକ ସ୍କୁଟର ପଛପଟେ ବସି ରାସ୍ତାରେ ଯାଉଥିଲେ । ସେ ସ୍କୁଟର ପଛପଟେ ବସିବା ସହ ଗଳାରେ ତୈଳଦର ବୃଦ୍ଧି ବିରୋଧରେ ଲେଖାଥିବା ଏକ ପୋଷ୍ଟର ଲଗାଇଥିଲେ । ମମତା ସ୍କୁଟରର ପଛପଟେ ବସିଥିବା ବେଳେ ସ୍କୁଟର ଚଳାଉଥିଲେ ଟିଏମସି ନେତା ଫିରହାଦ୍ ହାକିମ୍ । ଏହି ରାଲି ହରିସ୍ ଚାଟାର୍ଜୀ ଷ୍ଟ୍ରିଟରୁ ରାଜ୍ୟ ସଚିବାଳୟ ନବନ୍ନା ପର୍ଯ୍ୟନ୍ତ ଯାଇଥିଲା ବୋଲି ଜଣାପଡ଼ିଛି ।
The post ତୈଳଦର ବୃଦ୍ଧିକୁ ନେଇ ପ୍ରତିବାଦ କରୁଥିବା ବେଳେ ଓଲଟିଲା ଦିଦିଙ୍କ ସ୍କୁଟି, ଦେଖନ୍ତୁ ଭିିଡିଓ first appeared on Sambad.
from ବିଶେଷ – Sambad https://ift.tt/3bFdP1z
0 Comments