
ପାନ୍ଭେଲ: ମହାରାଷ୍ଟ୍ରର ପାନ୍ଭେଲ୍ ରେଳ ଷ୍ଟେସନ୍ରେ ଏକ ଅଭାବନୀୟ ଘଟଣା ଘଟୁ ଘଟୁ ରହିଯାଇଛି। ଷ୍ଟେସନ୍ରେ ଟ୍ରେନ୍ ଚାଲିବା ଆରମ୍ଭ କରିବା ସମୟରେ ଜଣେ ବିଦ୍ୟାଙ୍ଗ ବ୍ୟକ୍ତି ଟ୍ରେନ୍ରେ ଚଢ଼ିବାକୁ ଚେଷ୍ଟା କରୁଥିବା ବେଳେ ସେଠାରେ ଉପସ୍ଥିତ ଥିବା ଜଣେ ସଜାଗ ଆର୍ପିଏଫ୍ ପୁଲିସ୍ ତାଙ୍କୁ ଧରି ପକାଇ ସମ୍ଭାଳି ନେଇ ତାଙ୍କ ଜୀବନ ବଞ୍ଚାଇଛନ୍ତି। ଯଦି ଆର୍ପିଏଫ୍ ପୁଲିସ୍ ଜଣକ ଉକ୍ତ ଦିବ୍ୟାଙ୍ଗଙ୍କୁ ନଅଟକାଇ ଥାଆନ୍ତେ ତେବେ ନିଶ୍ଚୟ କିଛି ଗୋଟେ ଅଘଟଣ ଘଟି ଯାଇଥାନ୍ତା।
ଷ୍ଟେସନ୍ରେ ଲାଗିଥିବା ସିସିଟିଭିରେ ଏହି ଦୃଶ୍ୟଇ କଏଦ ହୋଇଛି। ଏହି ଭିଡିଓଟିକୁ ନିଜ ଟ୍ବିଟର୍ ଆକାଉଣ୍ଟ୍ରେ ପୋଷ୍ଟ୍କରି ରେଳ ମନ୍ତ୍ରୀ ପିୟୂଷ ଗୋଏଲ ଲେଖିଛନ୍ତି, ‘ପାନଭେଲ ଷ୍ଟେସନ୍ରେ ଜଣେ ସଚେତନ ଆରପିଏଫ୍ ଅଧିକାରୀ ଜଣେ ଭିନ୍ନକ୍ଷମଙ୍କ ଜୀବନ ବଞ୍ଚାଇବା ପାଇଁ ତୁରନ୍ତ ପଦକ୍ଷେପ ନେଇଥିଲେ। ଚଳନ୍ତା ଟ୍ରେନରେ ଚଢ଼ିବା ବିପଦଜନକ ଓ ଏହା ଏକ ମର୍ମନ୍ତୁଦ ଦୁର୍ଘଟଣାର କାରଣ ହୋଇପାରେ। ଆପଣଙ୍କ ଜୀବନ ଅମୂଲ୍ୟ ଅଟେ। ଦୟାକରି ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ।’
ଫୁଟେଜ୍ରେ ଦେଖିବାକୁ ମିଳିଛି ଯେ ଟ୍ରେନ୍ଟି ଖୁବ୍ ଧୀର ଗତିରେ ଷ୍ଟେସନ୍ ଛାଡୁଛି। ସେହି ସମୟରେ ଟ୍ରେନ୍ ଫେଲ୍ ହୋଇଥିବା ଦିବ୍ୟାଙ୍ଗ ଜଣକ ଟ୍ରେନ୍କୁ ଚଢ଼ିବା ପାଇଁ କଡ଼େ କଡ଼େ ଯାଇ ଚେଷ୍ଟା କରୁଛନ୍ତି। ମାତ୍ର ବାରମ୍ବାର ତାଙ୍କ ଗୋଡ଼ ଖସିଯାଉଛି। ତାପରେ ବି ସେ ପୁଣି ଥରେ ଚେଷ୍ଟା କରୁଥିବାର ଦେଖିବାକୁ ମିଳିଛି। ମାତ୍ର ଠିକ୍ ସେହି ସମୟରେ ଜଣେ ସିଆର୍ପିଏଫ୍ ପୁଲିସ୍ ପହଞ୍ଚି ତାଙ୍କ ହାତ ଧରି ତାଙ୍କୁ ଅଟକାଇ ପକାଇବାର ଦେଖିବାକୁ ମିଳିଛି।
The post ଚଳନ୍ତା ଟ୍ରେନ୍ରେ ଚଢ଼ିବାକୁ ଯାଇ ଖସି ପଡ଼ୁଥିଲେ ଦିବ୍ୟାଙ୍ଗ, ଦୌଡ଼ି ଯାଇ ଟାଣି ଆଣିଲେ ସିଆର୍ପିଏଫ୍ ପୁଲିସ୍ first appeared on Sambad.
from ବିଶେଷ – Sambad https://ift.tt/3aLpZp8
0 Comments