
ନୂଆଦିଲ୍ଲୀ: ଏପରି କିଛି ଭିଡିଓ ଅଛି ଯାହାକୁ ଆପଣ ଥରୁଟିଏ ସୋସିଆଲ୍ ମିଡିଆରେ ଦେଖିବା ପରେ ବାରମ୍ବାର ତାହାକୁ ଦେଖିବାକୁ ପସନ୍ଦ କରିବେ। ଆପଣଙ୍କ ମନ ଯେତେ ବି ଖରାବ ଥାଉ ନା କାହିଁକି, କିଛି ଭିଡିଓ ଆପଣଙ୍କୁ ହସାଇ ହସାଇ ବେଦମ କରି ପକାଇବ।
ନିକଟରେ ସୋସିଆଲ୍ ମିଡିଆରେ ଏକ ନବ ବିବାହିତା ଦମ୍ପତିଙ୍କ ଭିଡିଓ ଭାଇରାଲ୍ ହୋଇଛି। ଭିଡିଓରେ କ୍ୟାମେରାମ୍ୟାନ୍ ଜଣକ ବରଙ୍କୁ କଡ଼ରେ ଛିଡ଼ା ହେବାକୁ କହି କନ୍ୟାଙ୍କର ବିଭିନ୍ନ ପୋଜ୍ର ଫଟୋସୁଟ୍ କରୁଥିବାର ଦେଖିବାକୁ ମିଳିଛି। ଧୀରେ ଧୀରେ କ୍ୟାମେରାମ୍ୟାନ୍ ଜଣକ କନ୍ୟାଙ୍କର ଅଧିକ ନିକଟତର ହେବାକୁ ଲାଗିଲେ। ତାହାକୁ ଦେଖି ବର ଜଣକ ରାଗିଯିବା ସହ କ୍ୟାମେରାମ୍ୟାନ୍କୁ ମାଡ଼ ମାରୁଥିବାର ଦେଖିବାକୁ ମିଳିଛି। ଠିକ୍ ଏହି ସମୟରେ କନ୍ୟା ଜଣକ ହସି ହସି ସେଠାରେ ବସି ପଡ଼ିବା ସହ ଗଡ଼ି ଯାଉଛନ୍ତି।
I just love this Bride
pic.twitter.com/UE1qRbx4tv
— Renuka Mohan (@Ease2Ease) February 5, 2021
ଏହି ଭିଡିଓଟିକୁ ରେଣୁକା ମୋହନ ନାମକ ଜଣେ ଟ୍ବିଟ୍ର ବ୍ୟବହାରକାରୀ ଟ୍ବିଟ୍ କରିବା ପରେ ଏହାକୁ ବହୁ ଲୋକପ୍ରିୟତା ମିଳିବାରେ ଲାଗିଛି। ଏହି କ୍ଲିପଟିିର ବର୍ତ୍ତମାନ ସୁଧା ୮ ଲକ୍ଷରୁ ଅଧିକ ଭିୟୁ ହୋଇ ସାରିଲାଣି। ଏହି ଭିଡିଓକୁ ଦେଖିବା ପରେ ସୋସିଆଲ୍ ମିଡିଆ ବ୍ୟବହାରକାରୀମାନେ ଏହା ଉପରେ ବହୁ ମଜାଦାର କମେଣ୍ଟ ସବୁ ଦେବାରେ ଲାଗିଛନ୍ତି।
The post କ୍ୟାମେରାମ୍ୟାନ୍ କନ୍ୟାର ନିକଟତର ହେବାରୁ ଏପରି କଲେ ବର, ହସି ହସି ଗଡ଼ିଗଲେ ନବବଧୂ first appeared on Sambad.
from ବିଶେଷ – Sambad https://ift.tt/3aCYkqy



0 Comments