ମଧ୍ୟପ୍ରଦେଶ ପୁଲିସ ସଂଗ୍ରହାଳୟରେ ଶୋଭା ପାଇବ କୁଖ୍ୟାତ ଡାକୁଙ୍କ କାହାଣୀ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଭିନ୍ଦ୍‌ସ୍ଥିତ ପୁଲିସ ମୁଖ୍ୟାଳୟରେ କୁଖ୍ୟାତ ଡାକୁମାନଙ୍କୁ ଆଧାର କରି ଏକ ଅଭିନବ ଯାଦୁଘର ବା ସଂଗ୍ରହାଳୟ ପ୍ରତିଷ୍ଠା କରାଯିବ। ଫୁଲନ୍‌ ଦେବୀ, ନିର୍ଭୟ ଗୁଜ୍ଜର୍‌ଙ୍କ ଭଳି ଡାକୁମାନଙ୍କ ବ୍ୟବହୃତ କେତେକ ନିଆରା ସାମଗ୍ରୀ ସହ ବଲିଉଡ୍‌ ସିନେମା ‘ଚମ୍ବଲ୍‌ କେ ଡାକୁ’ ଚଳଚ୍ଚିତ୍ର ନିର୍ମାଣ ସମୟର ସ୍ଥିରଚିତ୍ର ଶୋଭା ପାଇବ।

ପ୍ରାପ୍ତ ସୂଚନା ଅନୁସାରେ, ରାଜ୍ୟର ଚମ୍ବଲ୍‌ ବେଲ୍‌ଟ୍‌ରେ ଅବସ୍ଥିତ ଏହି ପୁଲିସ ଯାଦୁଘର ବା ସଂଗ୍ରହାଳୟରେ ଡାକୁମାନଙ୍କ ସମ୍ବନ୍ଧୀୟ ଅନ୍ୟ କେତେକ ସାମଗ୍ରୀ ମଧ୍ୟ ରହିବ। ସୂଚନାଯୋଗ୍ୟ, ଚମ୍ବଲ୍‌ରେ ଦେଶର ଅଧିକାଂଶ କୁଖ୍ୟାତ ଡକାୟତ ରହୁଥିଲେ।

Image Courtesy of India Today

ଭିନ୍ଦ୍‌ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ମନୋଜ କୁମାର କହିଛନ୍ତି ଯେ, ଡାକୁମାନଙ୍କୁ ପ୍ରଶଂସା କରିବା କିଂବା ସମ୍ମାନ ପ୍ରଦର୍ଶନ କରିବା ଏହି ଯୋଜନାର ଉଦ୍ଦେଶ୍ୟ ନୁହେଁ। ଏହାର ଉଦ୍ଦେଶ୍ୟ ହେଉଛି ସେମାନଙ୍କର ଅପରାଧକୁ ସୁସ୍ପଷ୍ଟ କରି ପ୍ରଦର୍ଶନ କରାଇବା ଏବଂ ସେମାନଙ୍କୁ ପ୍ରତିହତ କରିବାକୁ ପୁଲିସର ଆତ୍ମବଳି ଗୁରୁତ୍ୱ ଦେବା।

Image Courtesy of News 18

ଏହି ଯାଦୁଘରେ ଗତ ପାଞ୍ଚ ଦଶନ୍ଧି ଧରି ସଙ୍କଳିତ ହୋଇଥିବା ଅନ୍ୟୂନ ୨୦୦୦ ଡିଜିଟାଇଜ୍‌ଡ୍‌ ପୁଲିସ ରେକର୍ଡ ରହିବ। ଏଥିରେ ଡାକୁମାନେ କରିଥିବା ନରହତ୍ୟା, ଲୁଟ୍‌ ଏବଂ ଅପହରଣ ଆଦିର ରେକର୍ଡ ରହିଛି। ସେମାନଙ୍କର ଏହି ଅପକର୍ମ ଯୋଗୁଁ ଚମ୍ବଲ ଅଞ୍ଚଳ ଦେଶରେ ବଦନାମ ହୋଇଥିଲା ବୋଲି ସେ କହିଛନ୍ତି।

ଭିନ୍ଦ୍‌ ଥାନା ମୁଖ୍ୟାଳୟର ୪ଟି କୋଠରିରେ ଏହି ଯାଦୁଘର ସ୍ଥାପନ ହେବ। ଡକାୟତମାନଙ୍କ ସହ ଲଢ଼ି ପ୍ରାଣ ହରାଇଥିବା ୨୮ଜଣ ପୁଲିସ କର୍ମଚାରୀଙ୍କ ସହ ସାହସିକ ପୁରସ୍କାର ପ୍ରାପ୍ତ ଅନ୍ୟ ୩୦ଜଣ ପୁଲିସ ଓ ସାହସିକତା ପ୍ରଦର୍ଶନ କରି ପଦୋନ୍ନତି ପାଇଥିବା ଅନ୍ୟ ପୁଲିସ କର୍ମଚାରୀମାନଙ୍କ ଫଟୋ ଏଠାରେ ରହିବ।

ଏହି ଯାଦୁଘର ନିମନ୍ତେ ସିଂହଙ୍କ ଅଧୀନରେ ଥିବା ୨୬ଟି ଥାନାରୁ ସମୁଦାୟ ୩ ଲକ୍ଷରୁ ଅଧିକ ଅର୍ଥ ଆଦାୟ ହୋଇଛି।

The post ମଧ୍ୟପ୍ରଦେଶ ପୁଲିସ ସଂଗ୍ରହାଳୟରେ ଶୋଭା ପାଇବ କୁଖ୍ୟାତ ଡାକୁଙ୍କ କାହାଣୀ first appeared on Sambad.



from ବିଶେଷ – Sambad https://ift.tt/3d4VHAx

Post a Comment

0 Comments