ଖାଲି ପାଦରେ ଚଉଦ ବର୍ଷ!

ଶୀତ ଋତୁରେ ୟୁକ୍ରେନ୍‌ରେ ତାପମାତ୍ରା ବିଯୁକ୍ତ ଜିରୋ ଡିଗ୍ରି ହୋଇଯାଏ। ତୁଷାର-ପାତ ଯୋଗୁଁ ବେଳେ ବେଳେ ଜୀବନ-ଯାତ୍ରା ଅସହ୍ୟ ହୋଇପଡ଼େ। ହେଲେ, କିଭ୍‌ର ଆନ୍ଦ୍ରେଜ୍‌ ନୋଵସିଲୋଭ୍‌ଙ୍କ ପାଇଁ ଏହା ଏକ ସମସ୍ୟା ନୁହେଁ। ସେ କଷ୍ଟଦାୟକ ପାଣି-ପାଗ ସହିବାରେ ବେଶ୍‌ ଅଭ୍ୟସ୍ତ। ତାଙ୍କ ସ˚ପର୍କରେ ସବୁଠାରୁ ଉଲ୍ଲେଖନୀୟ କଥାଟି ହେଲା, ସେ ଜୋତା ବା ଚପଲ ପିନ୍ଧନ୍ତିନାହିଁ। ୨୦୦୬ରୁ ଖାଲି ପାଦରେ ବାହାରେ ବୁଲୁଛନ୍ତି। ଏହା ଶରୀରର ଏକ ପ୍ରକାରର ବିଚିତ୍ର ଅବସ୍ଥା। ଶୀତ ଋତୁରେ ଦିନେ ହଠାତ୍‌ ପାଦ ତାତିବା ପରି ତାଙ୍କୁ ଲାଗିଲା। ଜୋତା, ମୋଜା ବାହାରକରି ବରଫରେ ଚାଲିବାରୁ ତାଙ୍କୁ ଭଲଲାଗିଲା। କୌତୂହଳୀ ହୋଇ ସେ ବରଫରେ ଖାଲି ପାଦରେ ଚାଲିବା ଅଭ୍ୟାସ କଲେ। କ୍ରମେ ଥଣ୍ତା ସହ ତାଙ୍କ ପାଦ ଅଭ୍ୟସ୍ତ ହୋଇଗଲା। ଆଉ ସେ ଜୋତା, ଚପଲ ବ୍ୟବହାର କରିବା ବନ୍ଦ କରିଦେଲେ। ଖାଲି ପାଦରେ ଚଳ-ପ୍ରଚଳ ହେବା ଯୋଗୁଁ କଣ୍ଟା, କାଚ ଆଦି ସ˚ସ୍ପର୍ଶରେ ଆସି ସେ କ୍ଷତ-ବିକ୍ଷତ ହେଉଛନ୍ତି; ତେବେ, ଜୋତା ପିନ୍ଧୁନାହାନ୍ତି।

The post ଖାଲି ପାଦରେ ଚଉଦ ବର୍ଷ! first appeared on Sambad.



from ବିଶେଷ – Sambad https://ift.tt/3qqqD1W

Post a Comment

0 Comments