ନିର୍ମାଣଧୀନ ସାଇଟରୁ ୧୧ ଫୁଟ୍‌ ଲମ୍ବର କୁମ୍ଭୀର ଉଦ୍ଧାର

ବଡ଼ୋଧରା: ଗୁଜୁରାଟର ବଡ଼ୋଧରାରେ ଥିବା ଏକ ନିର୍ମାଣଧୀନ ସାଇଟ୍‌ରେ ଶନିବାର ୧୧ ଫୁଟ୍‌ର ଏକ କୁମ୍ଭୀରକୁ ଉଦ୍ଧାର କରାଯାଇଛି। ଘଟଣାଟି କେଲାନପୁର ଅଞ୍ଚଳର ବୋଲି ଜାଣିବାକୁ ମିଳିଛି।

ୱାଇଲ୍ଡ ଲାଇଫ୍ ରେସକ୍ୟୁ ଟ୍ରଷ୍ଟର ସଭାପତି ଅରବିନ୍ଦ ପାୱାର ଏ ସଂପର୍କରେ ଗଣମାଧ୍ୟମ ସଂସ୍ଥାକୁ ସୂଚନା ଦେଇ କହିଛନ୍ତି ଯେ କୁମ୍ଭୀରଟି ୧୦ରୁ ୧୧ ଫୁଟ୍ ଲମ୍ବର ହୋଇଥିବା ବେଳେ ଏହା ଏକ ଖାଲରୁ ମିଳିଛି। ସେ ଆହୁରି ବି କହିଛନ୍ତି କି ନିର୍ମାଣଧୀନ ସାଇଟରୁ‌ ଜଣେ ବିଲ୍‌ଡର୍‌ ଫୋନ୍‌ ଯୋଗେ ତାଙ୍କୁ କୁମ୍ଭୀର ସଂପର୍କରେ ସୂଚନା ଦେଇଥିଲେ। ତାପରେ ତାଙ୍କ ଟିମ୍‌ ପହଞ୍ଚି କୁମ୍ଭୀରଟିକୁ ଉଦ୍ଧାର କରି ବନ୍ୟ ବିଭାଗକୁ ହସ୍ତାନ୍ତର କରିଛନ୍ତି।

ଉଦ୍ଧାର ସମୟର ଫଟୋକୁ ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ବିଟର୍‌ରେ ସେୟାର୍‌ କରିଛି ଗଣମାଧ୍ୟମ ସଂସ୍ଥା ଏଏନ୍‌ଆଇ। ପ୍ରଥମ ଫଟୋରେ ଏକ କାଦୁଅ ଖାଲ ଭିତରେ ଅଟକି ରହିଥିବା କୁମ୍ଭୀରଟି ନିର୍ମାଣଧୀନ ସାଇଟରୁ ଉଦ୍ଧାର ହୋଇଥିବା ଦେଖିବାକୁ ମିଳିଛି। ଦ୍ବିତୀୟ ଫଟୋରେ କୁମ୍ଭୀରଟିକୁ ଯନ୍ତା ଭିତରେ ଦେଖିବାକୁ ମିଳିଛି। ଉଦ୍ଧାର ହେବା ପରେ କୁମ୍ଭୀରକୁ ଡାକ୍ତରୀ ଯାଞ୍ଚ ପାଇଁ ନିଆଯାଇଥିଲା।

The post ନିର୍ମାଣଧୀନ ସାଇଟରୁ ୧୧ ଫୁଟ୍‌ ଲମ୍ବର କୁମ୍ଭୀର ଉଦ୍ଧାର first appeared on Sambad.



from ବିଶେଷ – Sambad https://ift.tt/3syXVNd

Post a Comment

0 Comments