ବଡ଼ ନାକୁଆ ଦ୍ବନ୍ଦ୍ବ-ଯୋଦ୍ଧା

ସପ୍ତଦଶ ଶତାବ୍ଦୀର ଫରାସୀ ସ˚ଭ୍ରାନ୍ତ ଥିଲେ ସିରାନୋ ଦି ବେର୍‌ଜୋରାକ୍‌। ସେ ଏକଧାରରେ ଥିଲେ କବି, ନାଟ୍ୟକାର ଏବ˚ ପ୍ରବୀଣ ଦ୍ବନ୍ଦ୍ବ-ଯୋଦ୍ଧା। ତାଙ୍କ ସ˚ପର୍କରେ କହାଯାଏ ଯେ, ତାଙ୍କ ନାକଟି ଥିଲା ଅତ୍ୟଧିକ କଦାକାର; ଆକାରରେ ବହୁତ ବଡ଼। ଏଣୁ ସବୁ ବେଳେ ପରିହାସର ଶିକାର ହେଉଥିଲେ। ଆଉ ସେ ଯୁଗର ପ୍ରଥା ଅନୁଯାୟୀ ପରିହାସକାରୀଙ୍କୁ ଦ୍ବନ୍ଦ୍ବ-ଯୁଦ୍ଧ ପାଇଁ ଆହ୍ବାନ କରୁଥିଲେ। ସେ ନିଜ ଜୀବନ-କାଳରେ ହଜାରେରୁ ଅଧିକ ଦ୍ବନ୍ଦ୍ବ-ଯୁଦ୍ଧରେ ବିଜୟୀ ହୋଇଥିବା ଜଣାଯାଏ। ଶେଷରେ ଏକ ଦୁର୍ଘଟନାରେ ତାଙ୍କର ପ୍ରାଣ ଯାଇଥିଲା।

The post ବଡ଼ ନାକୁଆ ଦ୍ବନ୍ଦ୍ବ-ଯୋଦ୍ଧା first appeared on Sambad.



from ବିଶେଷ – Sambad https://ift.tt/2NEpLJf

Post a Comment

0 Comments