
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଦୋସା ବିକାଳୀଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ମୁମ୍ବାଇରେ ଜଣେ ଦୋସା ବିକାଳୀ ଗ୍ରାହକଙ୍କୁ ଅଦ୍ଭୁତ ଶୈଳୀରେ ପରସୁଛନ୍ତି। ଏହି ଦୋସା ବିକାଳୀଙ୍କ ପରସିବାର ଭିଡିଓକୁ ଫେସବୁକରେ ୮୪ହଜାର ମିଳିୟନ ଲୋକ ଦେଖି ସାରିଲେଣି।
ଦକ୍ଷିଣ ମୁମ୍ବାଇ ମଙ୍ଗଳଦାସ ମାର୍କଟେରେ ଶ୍ରୀ ବାଲାଜୀ ଦୋସାରେ ଜଣେ ବ୍ୟକ୍ତି ଦୋସା ତିଆରି କରି ଏଭଳି ଭାବେ ଗ୍ରାହକଙ୍କ ପାଖକୁ ପବନରେ ଫିଙ୍ଗୁଛନ୍ତି ଯେକେହି ଦେଖିଲେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି।
‘ଷ୍ଟ୍ରିଟ ଫୁଡ ରେସିପି’ ନାମରେ ଏକ ଫେସବୁକ ପେଜ ଏହି ଭିଡିଓକୁ ସେୟାର କରିଛି। ଏହି ଭିଡିଓରେ ଦେଖିବାକୁ ମିଳୁଛି କି ଦୋସା ପ୍ରସ୍ତୁତକାରି ଦୋସା ତିଆରି କରି ଗ୍ରାହକଙ୍କ ଥାଳିକୁ ଫିଙ୍ଗୁଛନ୍ତି। ଏହା ଦେଖି କେହି ବିଶ୍ବାସ କରି ପାରୁ ନାହାନ୍ତି ତାୱାରୁ ଦୋସା କିପରି ଯାଇ ଗ୍ରାହକଙ୍କ ପ୍ଲେଟରେ ପଡ଼ୁଛି। ଭିଡିଓ ସେୟାର କରି ଫେସବୁକ ପେଜ କ୍ୟାପସନ ଲେଖିଛି, ‘ସର୍ଭିଂ ଦୋସା ଲାଇକ ଏ ବୋସ’।
ଏହି ଭିଡିଓ ଦେଖି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, ସେ ଖାଦ୍ୟକୁ କଳାତ୍ମକ ଶୈଳୀରେ ପରସୁଛନ୍ତି।
The post ଗ୍ରାହକଙ୍କୁ ଦୋସା ପରସିବାର ଅଦ୍ଭୁତଶୈଳୀ; ଆପଣ ବି ଦେଖି ହୋଇଯିବେ ଆଶ୍ଚର୍ଯ୍ୟ first appeared on Sambad.
from ବିଶେଷ – Sambad https://ift.tt/3qt9ZyN
0 Comments