ରେସ୍ତୋରାଁକୁ ଖାଇବାକୁ ଯାଇ ୱେଟରଙ୍କୁ ଦେଢ଼ଲକ୍ଷ ଟଙ୍କାର ଟିପ୍ସ ଦେଲେ ଏହି ଦମ୍ପତି

ନୂଆଦିଲ୍ଲୀ: ଚିକାଗୋସ୍ଥିତ ଲକି କ୍ଲବ ରେସ୍ତୋରାଁରେ ଏକ ଦମ୍ପତି ୱେଟରଙ୍କୁ ୨ହଜାର ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ ଦେଢ଼ଲକ୍ଷ ଟଙ୍କାର ଟିପ୍ସ ଦେଇଥିବା ଜଣାପଡ଼ିଛି। ଏହି ଘଟଣାକୁ ରେସ୍ତୋରାଁର ଫେସବୁକ ଫେଜରେ ସେୟାର କରିବା ପରେ ଚର୍ଚ୍ଚାରେ ରହିଛି।

ପ୍ରକାଶିତ ରିପୋର୍ଟ ମୁତାବକ, ୱେଟରଙ୍କୁ ଦେଢ଼ଲକ୍ଷ ଟଙ୍କା ଦେଇଥିବା ଦମ୍ପତି ୨୦ବର୍ଷ ପୂର୍ବେ ଫେବ୍ରୁଆରି ୧୨ ତାରିଖରେ ପ୍ରଥମଥର ଏହି ରେସ୍ତୋରାଁକୁ ଯାଇଥିଲେ। ରେସ୍ତୋରାଁକୁ ଆସିବା ପରେ ୱେଟର ଉକ୍ତ ଦମ୍ପତିଙ୍କ କଥା ବୁଝି ଥିଲେ। ସେହିଦିନ ଠାରୁ ଏହି ଦମ୍ପତି ଯେବେ ବି ରେସ୍ତୋରାଁ ଯାଆନ୍ତି ଉକ୍ତ ୱେଟର ତାଙ୍କ କଥା ବୁଝି ଥାଆନ୍ତି। ତେଣୁ ୱେଟରଙ୍କ ସେବାରେ ଖୁସି ହୋଇ ଦମ୍ପତି ଦେଢ଼ଲକ୍ଷ ଟଙ୍କା ଟିପ୍ସ ଦେଇ ଯାଇଛନ୍ତି।

telugutimes.net

ବିଲର ଏକ ଫଟୋ ସେୟାର କରି ରେସ୍ତୋରାଁ କ୍ୟାପସନରେ ଲେଖିଛି, ଏହି ଗ୍ରାହକ ପ୍ରଥମ ଡେଟ ଆମ ରେସ୍ତୋରାଁରେ କରିଥିଲେ। ୨୦ବର୍ଷ ହେବ ପ୍ରତିବର୍ଷ ଫେବ୍ରୁଆରି ୧୨ ତାରିଖ ଦିନ ଦୁହେଁ କ୍ଲବ ଲକିକୁ ଆସିଥାଆନ୍ତି। ସେ ପ୍ରତିବର୍ଷ ସକାଳ ୭.୩୦ରେ ୪୬ନମ୍ବର ବୁଥରେ ଆସି ପହଞ୍ଚି ଯାଇଥାଆନ୍ତି। ଆମେ ପ୍ରତିବର୍ଷ ତାଙ୍କର ଏହି ସିଟକୁ ରିଜର୍ଭ କରି ରଖିଥାଉ। ଦୁହିଁଙ୍କ ପାଇଁ ଏହି ତାରିଖ ବହୁତ ଗୁରୁତ୍ବପୂର୍ଣ୍ଣ ଅଟେ। ତାହାକୁ ଆମେ ବି ଖୁସିରେ ସେଲିବ୍ରେସନ କରିଥାଉ। ଏହି ପୋଷ୍ଟକୁ ସୋସିଆଲ ମିଡିଆରେ ପୋଷ୍ଟ କରାଯାଉଛି।

ଏହି ଘଟଣାକୁ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଅନେକ ଏହାକୁ ପସନ୍ଦ କରିବା ସହିତ ସେୟାର ବି କରୁଛନ୍ତି।

The post ରେସ୍ତୋରାଁକୁ ଖାଇବାକୁ ଯାଇ ୱେଟରଙ୍କୁ ଦେଢ଼ଲକ୍ଷ ଟଙ୍କାର ଟିପ୍ସ ଦେଲେ ଏହି ଦମ୍ପତି first appeared on Sambad.



from ବିଶେଷ – Sambad https://ift.tt/3s10U0z

Post a Comment

0 Comments