
କୋଜିକୋଡେ: କେହି କେହି କହନ୍ତି ରୋଷେଇ ଏକ କଳା, ତାହା ସମସ୍ତଙ୍କ ଦ୍ବାରା ହୋଇ ନଥାଏ। ଆଉ କେହି କହନ୍ତି ରୋଷେଇ କୌଣସି ରକେଟ୍ ସାଇନ୍ସ ନୁହେଁ, ଇଚ୍ଛା ଥିଲେ କିଏ ବି ଏହି କଳାକୁ ନିଜ ବଶକୁ ନେଇପାରନ୍ତି। ଏହା ଠିକ୍, ମାତ୍ର ରୋଷେଇ ପାଇଁ ନିର୍ଦ୍ଦିଷ୍ଟ କିଛି ସମୟ ତ ଦରକାର। ରୋଷେଇ ବିଦ୍ୟାରେ ପାରଙ୍ଗମ ହୋଇଗଲେ ବି କ’ଣ ଯେଉଁ ଖାଦ୍ୟ ପାଇଁ ଯେତିକି ସମୟ ଦରକାର, ତାଠାରୁ କମ୍ ସମୟରେ ଆପଣ କରି ଦେଇପାରିବେ? ଯଦି ବି ଅନ୍ୟମାନଙ୍କ ତୁଳନାରେ ଆପଣ ଜଲ୍ଦି ରୋଷେଇ କରୁଥିବା ଦାବି କରୁଛନ୍ତି, ତେବେ କେତେ ଜଲ୍ଦି?
କେରଳର କୋଜିକୋଡେର ୯ ବର୍ଷୀୟ ବାଳକ ହୟାନ ଅବ୍ଦୁଲା ଏକ ଘଣ୍ଟା ମଧ୍ୟରେ ୧୭୨ ପ୍ରକାରର ରାନ୍ଧଣା ରାନ୍ଧି ରେକର୍ଡ ସୃଷ୍ଟି କରିଛନ୍ତି। ସେ ତାଙ୍କର ଏହି ଦକ୍ଷତା ପାଇଁ ‘ଏସିଆ ବୁକ୍ ଅଫ୍ ରେକର୍ଡ’ ଓ ‘ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ’ ସ୍ଥାନ ପାଇଛନ୍ତି। ସେ ରାନ୍ଧିଥିବା ରାନ୍ଧଣା ମଧ୍ୟରେ ରହିଛି ବିରିୟାନି, ପାନ୍କେକ୍, ଦୋସା, ସାଲାଡ୍, ମିଲ୍କ ସେକ୍, ଚକୋଲେଟ୍, ଜୁସ୍ ଇତ୍ୟାଦି।
ସେ ଯେତେବେଳେ ୪ ବର୍ଷ ବୟସର ଥିଲେ ସେବେଠାରୁ ରୋଷେଇ କରିବା ପ୍ରତି ତାଙ୍କର ବିଶେଷ ଆଗ୍ରହ ଦେଖିବାକୁ ମିଳିଛି। ସେ ପ୍ରଥମେ ତାଙ୍କ ମାଆଙ୍କୁ ଯାଇ ରୋଷଇ ଘରେ ସାହାଯ୍ୟ କରୁ କରୁ ପରେ ନିଜେ ରୋଷେଇ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ।
ଚେନ୍ନାଇର ଏକ ସେକେଣ୍ଡାରି ସ୍କୁଲ୍ରେ ପାଠ ପଢୁଥିବା ହୟାନଙ୍କ ଏହି ରନ୍ଧା ଦକ୍ଷତା ଆଦୌ ବି ଆଚମ୍ବିତ ହେବା ପରି କଥା ନୁହେଁ, କାରଣ ଚେନ୍ନାଇରେ ଏକ ରେଷ୍ଟୁରାଣ୍ଟ୍ ଚେନ୍ ଚଳାଉଥିବା ପରିବାରରେ ହୟାନଙ୍କ ଜନ୍ମ।
The post ଘଣ୍ଟାକ ମଧ୍ୟରେ ୧୭୧ ପ୍ରକାରର ଖାଦ୍ୟ ଓ ପାନୀୟ ପ୍ରସ୍ତୁତ କରି ରେକର୍ଡ କଲେ ୯ ବର୍ଷୀୟ ବାଳକ first appeared on Sambad.
from ବିଶେଷ – Sambad https://ift.tt/3qFFztt
0 Comments