ଧାନଖେତ କଳା

ଫଟୋଟି କୌଣସି ଏକ ତୈଳ-ଚିତ୍ର ପରି ଦିଶୁଥିଲେ ହେଁ ପ୍ରକୃତରେ ଧାନ ଖେତ। ଖେତକୁ ଏ ଭଳି ସଜାଯାଇଛି, ସେଇଟି ଚିତ୍ର ପରି ଦିଶୁଛି। ଖେତରେ କୌଣସି ରଙ୍ଗ ବ୍ୟବହାର କରାଯାଇନାହିଁ। ଏହା ଶତ ପ୍ରତିଶତ ପ୍ରାକୃତିକ। ଏହା କେବଳ ଜାପାନର ଇନାକାଦାତେ ଗ୍ରାମରେ ଦେଖିବାକୁ ମିଳେ। ସେଠାକାର ବାସିନ୍ଦାଙ୍କ ପାଇଁ ଏହା ଏକ ପାର˚ପରିକ କଳା।

en-aomori.com

କେଉଁ କାଳୁ ଏହା ଗଡ଼ିଆସିଲାଣି। ସ୍ଥାନୀୟ ଭାଷାରେ ଏହାକୁ ‘ତାନ୍‌ବୋ’ କହାଯାଏ। ଲୋକେ ମିଳିତ ଭାବେ ଖେତରେ ବିିଭନ୍ନ ରଙ୍ଗ ଓ କିସମର ଧାନ ତଳି ଏ ଭଳି ଢାଞ୍ଚାରେ ଲଗାନ୍ତି, ଯାହା ପୂର୍ଣ୍ଣାଙ୍ଗ ଆକାର ପାଇବା ପରେ ରଂଗିନ ତୈଳ-ଚିତ୍ର ଭଳି ଦିଶେ। ଏହି କଳାର ସୃଷ୍ଟି ପାଞ୍ଚ ଶହ ବର୍ଷ ପୁରାତନ। ତେବେ, ୧୯୯୦ ପରେ ଅବଶିଷ୍ଟ ବିଶ୍ବବାସୀ ଏହା ସ˚ପର୍କରେ ଜାଣିଲେ। ଆଜିକାଲି ପ୍ରତି ବର୍ଷ ଜୁଲାଇ-ଅଗଷ୍ଟ୍‌ରେ ଧାନ ଖେତ କଳା ଉପଭୋଗ କରିବା ପାଇଁ ହଜାର ହଜାର ପର୍ଯ୍ୟଟକ ଇନାକାଦାତେ ଭ୍ରମଣରେ ଆସୁଛନ୍ତି।

The post ଧାନଖେତ କଳା first appeared on Sambad.



from ବିଶେଷ – Sambad https://ift.tt/3pJbRDh

Post a Comment

0 Comments