୪ ବର୍ଷିୟ ଶିଶୁର କମାଲ, ହଜାର ବର୍ଷ ପୂର୍ବେ ବିଲୁପ୍ତ ହୋଇଥିବା ଡାଇନୋସରର ପାଦଚିହ୍ନ ଖୋଜି ବାହାର କଲା

ନୂଆଦିଲ୍ଲୀ: ବ୍ରିଟେନର ଜଣେ ଚାରି ବର୍ଷର ଶିଶୁ ଡାଇନୋସରର ପାଦଚିହ୍ନ ଖୋଜି ବାହାର କରିଛି। ଗତ ଏକ ଦଶକରେ ବ୍ରିଟେନରେ ପ୍ରଥମ ଥର ଡାଇନୋସରର ପାଦଚିହ୍ନ ଦେଖିବାକୁ ମିଳିଛି।

ଦକ୍ଷିଣ ୱେଲ୍ସ ବେରୀ ନିକଟସ୍ଥ ସମୁଦ୍ର କୂଳରେ ବୁଲୁଥିବା ସମୟରେ ଲିଲି ୱାଇଲଡର ନାମକ ୪ବର୍ଷର ଶିଶୁ ୧୦ସେମି ଲମ୍ବା ଡାଇନୋସରର ପାଦଚିହ୍ନ ଦେଖିବାକୁ ପାଇଥିଲା।

ପ୍ରକାଶିତ ରିପୋର୍ଟ ମୁ୍ତାବକ, ଏହି ଜୀବ ଦୁଇଟି ପାଦ‌ରେ ଚାଲିବା ସହିତ ଛୋଟଛୋଟ ଜନ୍ତୁ ଓ କୀଟପତଙ୍ଗ ଶିକାର କରି ଖାଇଥାଏ। ୱେଲ୍ସ ସଂଗ୍ରାହାଳୟ ଲିଲା ୱାଇଲଡର ଖୋଜି ଥିବା ଡାଇନାସୋର ପାଦଚିହ୍ନର ଫଟୋ ସେୟାର କରିଛି।

विलुप्त हो चुके डायनासोर का पदचिह्न ढूंढा

ନ୍ୟାସନାଲ ମ୍ୟୁଜିୟମ ୱେଲ୍ସର ପେଲିଏଣ୍ଟୋଲାଜି କ୍ୟୁରେଟର ସିଣ୍ଡି ହାର୍ବେଲ୍ସଙ୍କ ଅନୁସାରେ, ଡାଇନୋସରର ପାଦଚିହ୍ନ ଏହି ସମୁଦ୍ର କୂଳରେ ମିଳିବା ଏକ ଭଲ ସଙ୍କେତ। ଏହି ପାଦଚିହ୍ନ ଉପରେ ପ୍ରଥମେ ଲିଲିଙ୍କ ନଜର ପଡ଼ିଥିଲା । ଏହାପରେ ସେ ଏହାକୁ ତାଙ୍କ ପିତାଙ୍କୁ ଡାକି ଦେଖାଇଥିଲେ। ଲିଲିଙ୍କ ପିତା ଏହି ପାଦଚିହ୍ନକୁ ଦେଖିବା ସହିତ ଏହାର ଏକ ଫଟୋ ଉଠାଇଥିଲେ।

ଏହା ପାଦଚିହ୍ନ ଦେଖାଯିବା ପରେ ପ୍ରାକୃତିକ ସଂସାଧନ ୱେଲ୍ସ ଆଇନତଃ ଏହାକୁ ନେଇ ଅନୁମତି ଦେଇ ଦେଇଛି। ଏହି ସପ୍ତାହରେ ଜୀବାଶ୍ମ ବାହାର କରାଯିବ ଏବଂ ଏହାକୁ ରାଷ୍ଟ୍ରୀୟ ସଂଗ୍ରାହଳୟ କାର୍ଡିଫ ନିଆଯିବ। ସେଠାରେ ଏହାକୁ ସଂରକ୍ଷିତ କରି ରଖାଯିବ।

The post ୪ ବର୍ଷିୟ ଶିଶୁର କମାଲ, ହଜାର ବର୍ଷ ପୂର୍ବେ ବିଲୁପ୍ତ ହୋଇଥିବା ଡାଇନୋସରର ପାଦଚିହ୍ନ ଖୋଜି ବାହାର କଲା first appeared on Sambad.



from ବିଶେଷ – Sambad https://ift.tt/3raMbjo

Post a Comment

0 Comments