ନୂଆଦିଲ୍ଲୀ: ଯୁବକଙ୍କ ଦେହରେ ଫୁଟିଲା ଛତୁ। ଡାକ୍ତରଙ୍କ ପରାମର୍ଶ ନନେଇ ନିଜର ଚିକିତ୍ସା କରିବା ପଡ଼ିଲା ଭାରି। ଭୁଲ ଇଞ୍ଜେକ୍ସନ ନେବାରୁ ଶରୀରରେ ଛତୁ ଫୁଟିବା ସହ ଯୁବକଙ୍କ ବିଭିନ୍ନ ଅଙ୍ଗ କାମ କରିବା ବନ୍ଦ କରିଦେଇଥିବା ଜଣାପଡ଼ିଛି। କଥାଟି ଅଜବ ଲାଗୁଥିଲେ ମଧ୍ୟ ସତ। ଘଟଣାଟି ଆମେରିକାରେ ଘଟିଥିବା ବେଳେ ବାଇପୋଲାର ଡିଜଅର୍ଡର ଲକ୍ଷଣ ଦୂର କରିବା ପାଇଁ ଯବକଜଣଙ୍କ ‘ମ୍ୟାଜିକ୍ ମସରୁମ୍ ଟି’କୁ ଇଞ୍ଜେକ୍ସନ ଜରିଆରେ ନେଇଥିଲେ ବୋଲି ଜଣାପଡ଼ିଛି।
ସୂଚନା ମୁତାବକ, ଯୁବକ ନିଜର ବାଇପୋଲାର ଡିଜଅର୍ଡର ସମସ୍ୟା ଦୂର କରିବା ପାଇଁ ଔଷଧ ସେବନ ବନ୍ଦ କରି ଅନ୍ୟ ଉପାୟ ଖୋଜିବା ଆରମ୍ଭ କରିଥିଲେ। କିଛି ଦିନ ପରେ ତାଙ୍କୁ ‘ମ୍ୟାଜିକ୍ ମସରୁମ୍ ଟି’ ବିଷୟରେ ଜଣାପଡ଼ିବାରୁ ସେ ମ୍ୟାଜିକ୍ ମସରୁମ୍ ଟି’ କୁ ପାଣିରେ ପକାଇ ଏକ ମିଶ୍ରଣ ତିଆରି କରିଥିଲେ। ପରେ ଏହାକୁ ଇଞ୍ଜେକ୍ସନ ଜରିଆରେ ନେଇଥିଲେ। ଏପରି କରିବାର କିଛି ଦିନ ପରେ ତାଙ୍କର ରକ୍ତ ବାନ୍ତି, ଝାଡ଼ା ହେବା ସହ ଶରୀର ହଳଦିଆ ପଡ଼ିଯାଇଥିଲା। ଡାକ୍ତରଖାନା ନେବା ପରେ ତାଙ୍କ ଶରୀରର ଅଧା ଅଙ୍ଗ କାମ କରିବା ବନ୍ଦ କରିଦେଇଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। କାରଣ ଜାଣିବା ପାଇଁ ପରୀକ୍ଷା କରାଯିବା ପରେ ‘ମ୍ୟାଜିକ୍ ମସରୁମ୍ ଟି’ ଶରୀରରେ ଥିବାରୁ ତାଙ୍କ ରକ୍ତରେ ‘ମ୍ୟାଜିକ୍ ମସରୁମ୍’ ବା ଛତୁ ବଢ଼ୁଥିବା ଦେଖାଯାଇଥିଲା। ପରେ ତାଙ୍କର ଚିକିତ୍ସା ଆରମ୍ଭ ହେବା ସହ ୨୨ଦିନ ତାଙ୍କୁ ଡାକ୍ତରଖାନାରେ ରହିବାକୁ ପଡ଼ିଥିଲା। ଏବେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
The post ଡାକ୍ତରଙ୍କ ପରାମର୍ଶ ନନେଇ ଚିକିତ୍ସା କରିବା ପଡ଼ିଲା ଭାରି, ଶରୀରରେ ଫୁଟିଲା ଛତୁ first appeared on Sambad.
from ବିଶେଷ – Sambad https://ift.tt/3nNSmYB
0 Comments