ଟିକ୍‌ଟକ୍‌ରେ ନିଜ ବାପାଙ୍କର ୨୭ ପତ୍ନୀ ଓ ୧୫୦ ଜଣ ପିିଲାଙ୍କ ସଂପର୍କରେ ସୂଚନ‌ା ‌ଦେଇ ଭାଇରାଲ୍‌ ହେଲେ ଏହି ଯୁବକ

ଟରେଣ୍ଟୋ: ଥରେ ଭାବନ୍ତୁ ତ ଗୋଟାଏ ପରିବାରରେ ଯଦି ୧୫୦ ଜଣ ଭାଇଭଉଣୀ ସାଥୀ ହୋଇ ରହନ୍ତି ତେବେ ସେ ପରିବାରର ପରିବେଶ କିପରି ରହୁଥିବ! ପରସ୍ପର ଭିତରେ ପ୍ରତିଦ୍ବନ୍ଦିତା, ଝଗଡ଼ା, ବାଦ-ବିବାଦ ଆଦିରେ ଘରଟା ସବୁବେଳେ ବୁଡ଼ି ରହୁ ନଥିବ? ଏହା କୌଣସି ଚଳଚ୍ଚିତ୍ର କି କଳ୍ପନାର କଥା ନୁହେଁ। ଏପରି ଏକ ଉଦାହରଣ ଦେଖିବାକୁ ମିଳିଛି କାନାଡାରେ।

ଜଣେ ୧୯ ବର୍ଷୀୟ ଯୁବକ ଲୋକପ୍ରିୟ ସର୍ଟ ଭିଡିଓ ମେକିଂ ଆପ୍‌ ଟିକ୍‌ଟକ୍‌ରେ ତାଙ୍କର ବହୁପତ୍ନୀ ସଂସ୍କୃତି ପରିବାରର ରହସ୍ୟ ବିଷୟରେ ସମସ୍ତଙ୍କୁ କହିଛନ୍ତି। ଯୁବକ ଜଣକ ପ୍ରକାଶ କରିଛନ୍ତି ଯେ ସେ ଏକ ଏପରି ପରିବାରରେ ବଢ଼ିଛନ୍ତି, ଯେଉଁଠାରେ ଜଣେ ବ୍ୟକ୍ତିଙ୍କର ୨୭ ଜଣ ପତ୍ନୀ ରହନ୍ତି। ସେ ସମସ୍ତଙ୍କ ପିଲାପିଲି ସଂଖ୍ୟା ୧୫୦।  ଏହାକୁ କାନାଡାର ସର୍ବବୃହତ୍ତ ବହୁପତ୍ନୀ ପରିବାର ବୋଲି କୁହାଯାଉଛି।

ସୋସିଆଲ୍‌ ମିଡିଆରେ ପ୍ରଥମେ ନିଜ ପରିବାର ବିଷୟରେ କହିଥିବା ମର୍ଲିନଙ୍କ ବ୍ୟତୀତ ତାଙ୍କର ଅନ୍ୟ ଦୁଇ ଭାଇ ମୁରେ ଏବଂ ୱାରେନ ମଧ୍ୟ ନିଜ ପରିବାର ସଂପର୍କରେ ସୋସିଆଲ୍‌ ମିଡିଆରେ ପ୍ରକାଶ କରିଛନ୍ତି। ଲୋକଲଜ୍ଜା ଭୟରେ ସେମାନେ ଆଜି ପର୍ଯ୍ୟନ୍ତ ଏହାକୁ ଲୁଚାଇ ଆସୁଥିଲେ ମାତ୍ର ଶେଷରେ ଏହି ଭାଇମାନେ ମିଶି ନିଜ ପରିବାର ସଂପର୍କରେ ମୁହଁ ଖୋଲିଛନ୍ତି।

ପରିବାରର ସମସ୍ତ ପିଲାମାନେ ନିଜ ମାଆଙ୍କୁ ‘ମମ୍‌’ ବୋଲି ଡାକୁଥିବା ବେଳେ ତାଙ୍କ ବାପାଙ୍କ ଅନ୍ୟ ପତ୍ନୀମାନଙ୍କ ନାମ ପରେ ମଦର୍‌ ଲାଗାଇ ଡାକିବାର ନିୟମ ରହିଛି। ସୋସିଆଲ୍‌ ମିଡିଆରେ ନିଜ ପରିବାର ସଂପର୍କରେ ପ୍ରକାଶ କରିଥିବା ୩ ଭାଇ ଏବେ ନିଜ ସଂପ୍ରଦାୟରେ ରହୁନାହାନ୍ତି। ମାତ୍ର ସେମାନେ ନିଜ ନିଜର ଭାଇଭଉଣୀମାନଙ୍କ ସହ ଏବେ ବି ସଂପର୍କରେ ଅଛନ୍ତି।

The post ଟିକ୍‌ଟକ୍‌ରେ ନିଜ ବାପାଙ୍କର ୨୭ ପତ୍ନୀ ଓ ୧୫୦ ଜଣ ପିିଲାଙ୍କ ସଂପର୍କରେ ସୂଚନ‌ା ‌ଦେଇ ଭାଇରାଲ୍‌ ହେଲେ ଏହି ଯୁବକ first appeared on Sambad.



from ବିଶେଷ – Sambad https://ift.tt/3sTcrAf

Post a Comment

0 Comments