ଟିମ୍‌ ଇଣ୍ଡିଆର ଐତିହାସିକ ଟେଷ୍ଟ ବିଜୟ ପରେ ୬ ଭାରତୀୟ ଖେଳାଳିଙ୍କୁ ଏହି ଉପହାର ଦେଲେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଳୀ: ଅଷ୍ଟ୍ରେଲିଆରେ ଟିମ୍‌ ଇଣ୍ଡିଆର ଐତିହାସିକ ବିଜୟ ପରେ ନିଜ ଜନ୍ମମାଟିରେ ପାଦ ଦେଇଛନ୍ତି ଭାରତୀୟ କ୍ରିକେଟ୍‌ ଦଳର ଖେଳାଳି। ସେମାନେ ନିଜ ଜନ୍ମମାଟିରେ ପାଦ ଦେବାର ୨ ଦିନ ପରେ ଦେଶର ଅନ୍ୟତମ ବୃହତ ଶିଳ୍ପଗୋଷ୍ଠୀ ମହିନ୍ଦ୍ରା ଗ୍ରୁପ୍ ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରା ୬ ଜଣ ଖେଳାଳିଙ୍କ ପାଇଁ ବିଶେଷ ଉପହାର ଘୋଷଣା କରିଛନ୍ତି।

ସେ ଟିମ୍‌ ଇଣ୍ଡିଆର ଖେଳାଳି ମହମ୍ମଦ ସିରାଜ, ଟି ନଟରାଜନ, ଶୁବମନ୍ ଗିଲ, ୱାସିଂଟନ ସୁନ୍ଦର, ନବଦୀପ ସଇନି ଏବଂ ଶାର୍ଦ୍ଦୁଲ ଠାକୁରଙ୍କ ପାଇଁ ଥର୍‌-ଏସ୍‌ୟୁଭି ଉପହାର ଆକାରରେ ଘୋଷଣା କରିଛନ୍ତି।

ଆନନ୍ଦ ମହିନ୍ଦ୍ରା ନିଜର ଅଫିସିଆଲ୍‌ ଟ୍ବିଟର୍‌ ଆକାଉଣ୍ଟ୍‌ରେ ଟ୍ବିଟ୍‌ କରି ଲେଖିଛନ୍ତି, ‘ଏହି ଉପହାର ଦେବାର କାରଣ ହେଉଛି ଯୁବପିଢ଼ିଙ୍କୁ ନିଜ ଉପରେ ବିଶ୍ବାସ ଜନ୍ମାଇବା ପାଇଁ ଉତ୍ସାହିତ କରିବା।’

ସେ ଆହୁରି ବି କହିଛନ୍ତି ଯେ ଏହି ୬ ଜଣ ନିକଟରେ ଭାରତ ଲାଭ କରିଥିବା ଐତିହାସିକ ସିରିଜ୍ ବିଜୟ‌ରେ ଯେଉଁ ଭଳି ଭାବେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛନ୍ତି ତାହା ଯୁବପିଢ଼ିଙ୍କ ପାଇଁ ଏକ ଉଦାହରଣ। ସେମାନଙ୍କ ପାଇଁ ଦେଶର ପରବର୍ତ୍ତୀ ପିଢ଼ି ସ୍ବପ୍ନ ଦେଖିବା ପାଇଁ ସମର୍ଥ ହେ‌ବେ।

The post ଟିମ୍‌ ଇଣ୍ଡିଆର ଐତିହାସିକ ଟେଷ୍ଟ ବିଜୟ ପରେ ୬ ଭାରତୀୟ ଖେଳାଳିଙ୍କୁ ଏହି ଉପହାର ଦେଲେ ଆନନ୍ଦ ମହିନ୍ଦ୍ରା first appeared on Sambad.



from ବିଶେଷ – Sambad https://ift.tt/366t5mt

Post a Comment

0 Comments