ବିଲ୍‌ ନ ଦେବାର ପରିଣତି: ଯୁବକଙ୍କ ଦେହକୁ ଧଳା ପଲିଥିନ୍‌ରେ ଗୁଡ଼ାଇ ଗଛରେ ବାନ୍ଧି ଦିଆଯାଇଥିଲା

ଏହି ବିଚିତ୍ର ଘଟନାଟି ଘଟିଛି ଭିଏତନାମର ହାନୋଇରେ। ଜଣେ ଯୁବକଙ୍କ ସାରା ଦେହକୁ ଧଳା ପଲିଥିନ୍‌ରେ ଗୁଡ଼ାଇ, ଏକ ଗଛରେ କିଛି ସମୟ ପାଇଁ ବାନ୍ଧିଦିଆଯାଇଥିଲା। ଏହି କାଣ୍ତ ଘଟାଇଥିଲେ ଟି ନାମକ ସ୍ଥାନୀୟ ବ୍ୟକ୍ତି। ଟି କୌଣସି ଗୁଣ୍ତା ବା ମାଫିଆ ନୁହନ୍ତି। ସେ ଏକ ଟାଟୁ ପାର୍ଲର‌୍‌ର ମାଲିକ। ଗଛରେ ଦୟନୀୟ ଅବସ୍ଥାରେ ବନ୍ଧାହୋଇଥିବା ଯୁବକ ଜଣକ କିଛି ଦିନ ତଳେ, ତାଙ୍କ ପାଖକୁ ଚିତା କୁଟେଇବା ପାଇଁ ଆସିଥିଲେ। ତେବେ, ଚିତା କୁଟା କାମ ସରିବା ପରେ ବିଲ୍‌ ନ ଦେଇ ଖସିପଳେଇଥିଲେ।

ଟି ନିଜର ଲୋକ ଲଗେଇ, ତାଙ୍କୁ ଧରିବା ପରେ, ତାଙ୍କର ଏହି ଅବସ୍ଥା କରିଥିଲେ। ଯୁବକଙ୍କ ପାଖରେ ବିଲ୍‌ ଭରିବାକୁ ଅର୍ଥ ନାହିଁ ବୋଲି ଟି ନିଶ୍ଚିତ ହେବା ପରେ, ତାଙ୍କୁ ମୁକ୍ତ କରିଥିଲେ। ମୁକ୍ତି ପାଇବା ପୂର୍ବରୁ ଯୁବକଜଣକ ବେଶ୍‌ କିଛି ଘଣ୍ଟା ଏହି ଅବସ୍ଥାରେ ବନ୍ଧା ହୋଇରହିଥିଲେ। ଏହି ମାମଲାକୁ ନେଇ କୌଣସି ପକ୍ଷ ପୁଲିସ୍‌ ନିକଟରେ ଅଭିଯୋଗ କରି ନ ଥିବା ଜଣାପଡ଼ିଛି।

The post ବିଲ୍‌ ନ ଦେବାର ପରିଣତି: ଯୁବକଙ୍କ ଦେହକୁ ଧଳା ପଲିଥିନ୍‌ରେ ଗୁଡ଼ାଇ ଗଛରେ ବାନ୍ଧି ଦିଆଯାଇଥିଲା first appeared on Sambad.



from ବିଶେଷ – Sambad https://ift.tt/2NfZ2lu

Post a Comment

0 Comments