
କୌଣସି ସାର୍ବଜନୀନ ଶୌଚାଳୟ ଦିନ ଦିନ ଧରି ସଫା ନ ହେଲେ ଭୀଷଣ ଦୁର୍ଗନ୍ଧ ବାହାରେ। ମା˚ସର ଅବଶେଷ ଲମ୍ବା ସମୟ ଧରି କୌଣସି ବନ୍ଦ ଡବାରେ ରହିଲେ ମଧ୍ୟ ନାକ-ଫଟା ଗନ୍ଧ ହୁଏ। ନାଳ ସଫା ନ ହେଲେ ବି ଦୁର୍ଗନ୍ଧ ହୁଏ। ତେବେ, ଏସବୁ ଦୁର୍ଗନ୍ଧ ମଣିଷ ପାଇଁ ଏତେଟା କ୍ଷତିକାରକ ନୁହେଁ। ଏବେ ଜାଣନ୍ତୁ ସବୁଠାରୁ ଦୁର୍ଗନ୍ଧଯୁକ୍ତ ତରଳ ରାସାୟନିକ ପଦାର୍ଥ ସ˚ପର୍କରେ। ଏହାର ନାମ- ଥିଓଏସିଟୋନ୍। ଏହାର ଦୁର୍ଗନ୍ଧ ସ˚ସ୍ପର୍ଶରେ ଆସିଲେ ମଣିଷ ପକ୍ଷେ ବାନ୍ତି କରିବା କିଛି ଗୋଟିଏ ବଡ଼ କଥା ନୁହେଁ। ଅଧିକ ସମୟ ଏହାର ଗନ୍ଧ ନାକରେ ବାଜିଲେ ପ୍ରାଣ ବି ଛାଡ଼ିଯାଇପାରେ। ୧୮୮୯ରେ ଜର୍ମାନିର ଏକ କାରଖାନାରେ ଦୁର୍ଘଟନାବଶତଃ ଏହା ଆପେ ସୃଷ୍ଟ ହୋଇଥିଲା ଏବ˚ ଏହାର ଦୁର୍ଗନ୍ଧ ଖେଳାଇହେବାରୁ ସାରା ଫ୍ରେବର୍ଗ୍ ସହରର ବାସିନ୍ଦା ତ୍ରାହି ତ୍ରାହି ଡାକଛାଡ଼ିଥିଲେ। ଏଥିରୁ ଗୋଟିଏ ବୁନ୍ଦା କୌଣସି କାରଣରୁ ତଳେ ପଡ଼ିଗଲେ, ବନ୍ଦ ଅଟ୍ଟାଳିକାରେ ଦୁର୍ଗନ୍ଧ ଶହେ ମିଟର୍ ଦୂରତା ପର୍ଯ୍ୟନ୍ତ ବ୍ୟାପିଯାଇପାରେ। ବିଯୁକ୍ତ କୋଡ଼ିଏ ଡିଗ୍ରି ତାପମାତ୍ରା ପର୍ଯ୍ୟନ୍ତ ଥିଓଏସିଟୋନ୍ ତରଳ ରହେ। ତାପମାତ୍ରା ବଢ଼ିଲେ କଠିନ ପାଲଟିଯାଏ। ଏହା ମଣିଷର କୌଣସି କାମରେ ଲାଗେନାହିଁ।
The post ସବୁଠାରୁ ଦୁର୍ଗନ୍ଧଯୁକ୍ତ ରାସାୟନିକ first appeared on Sambad.
from ବିଶେଷ – Sambad https://ift.tt/2Y1WcTg
0 Comments