ଘୋଡାରେ ବସି ଘ‌ରଘର ବୁଲି ପାର୍ସଲ ବାଣ୍ଟୁଛନ୍ତି ଆମାଜନର ଏହି ଡେଲିଭରି ବଏ

ନୂଆଦିଲ୍ଲୀ: ଜଣେ ଆମାଜନ ଡେଲିଭରି ବଏ ଘୋଡାରେ ବସି ପାର୍ସଲ ଘରେଘରେ ପହଞ୍ଚାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଏହି ଭିଡିଓଟି କଶ୍ମୀରର ବୋଲି କୁହାଯାଉଛି। ଏଥିରେ ଜଣେ ବ୍ୟକ୍ତି ପାର୍ସଲ ନେଇ ଘୋଡାରେ ବସି ଆସୁଛନ୍ତି, ଆଉ ଜଣେ ବ୍ୟକ୍ତି ତାଙ୍କ ଠାରୁ ପାର୍ସଲ ଗ୍ରହଣ କରୁଥିବା ଦେଖିବାକୁ ମିଳୁଛି। ଘୋଡାରେ ବସିଥିବା ବ୍ୟକ୍ତି ଜଣକ ଆମାଜନର ଡେଲିଭରି ବଏ ହୋଇଥିବା କୁହାଯାଉଛି।

ତେବେ ଘାଟିରେ ତୁଷାରପାତ ହୋଇଥିବା ହେତୁ ରାସ୍ତାଘାଟ ବନ୍ଦ ହୋଇଯାଇଛି। ଏମିତିରେ ଉକ୍ତ ଡେଲିଭରି ବଏ ଘୋଡା ଉପରେ ବସି ଘର ପର୍ଯ୍ୟନ୍ତ ପାର୍ସଲ ପହଞ୍ଚାଇବାର ଏଭଳି ଉପାୟକୁ ଅପଣାଇଛନ୍ତି।

ଏହି ଭିଡିଓକୁ ଟୁଇଟର ବ୍ୟବହାରକାରୀ @UmarGanie୧ ଜାନୁଆରି ୧୨ରେ ସେୟାର କରିଥିଲେ। ଏହାକୁ ସେୟାର କରି ସେ ଲେଖିଛନ୍ତି, ‘ଆମାଜନ ଡେଲିଭରି ବଏଙ୍କ ଇନୋଭେସନ।’ ଖବରଟିକୁ ରିପୋର୍ଟ କରିବା ବେଳକୁ ଭିଡିଓକୁ ୨୦ହଜାରରୁ ଅଧିକ ଲୋକ ଦେଖି ସାରିଥିବା ବେଳେ ହଜାରରୁ ଅଧିକ ଲାଇକ୍ସ ମିଳି ସାରିଥିଲା।

ଭିଡିଓ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ଆମାଜନ ଡେଲିଭରି ବଏଙ୍କୁ ସମ୍ମାନିତ କରିବାକୁ ଅନୁରୋଧ କରିଛନ୍ତି। ଆଉ କିଛି ଲୋକ ଏହା ଉପରେ ମଜାଳିଆ ପ୍ରତିକ୍ରିୟା ବି ଦେଇଛନ୍ତି।

The post ଘୋଡାରେ ବସି ଘ‌ରଘର ବୁଲି ପାର୍ସଲ ବାଣ୍ଟୁଛନ୍ତି ଆମାଜନର ଏହି ଡେଲିଭରି ବଏ first appeared on Sambad.



from ବିଶେଷ – Sambad https://ift.tt/35zO0Oq

Post a Comment

0 Comments