ସାବଧାନ! ଭିଡିଓ ସୁଟ୍ ପାଇଁ ରାସ୍ତାରେ କରୁଛନ୍ତି କି ନୃତ୍ୟ, ହୋଇପାରେ ଏଭଳି ଅବସ୍ଥା

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାର ଫଟୋ ଓ ଭିଡିଓ ପୋଷ୍ଟ ହୋଇଥିବା ଦେଖିବାକୁ ମିଳିଥାଏ। ଏହାରି ମଧ୍ୟରୁ ଏମିତି କିଛି ଫଟୋ ଓ ଭିଡିଓ ଅଛି ଯାହାକୁ ଦେଖିବା ପାଇଁ ସୋସିଆଲ ମିଡିଆ ବ୍ୟବହାରକାରୀ ବେଶ ପସନ୍ଦ କରିଥାଆନ୍ତି। ଆଉ ତାହା ପରବର୍ତ୍ତୀ ସମୟରେ ଭାଇରାଲ ହୋଇଯାଇଥାଏ।

ନିକଟରେ ଏମିତି ଏକ ଭିଡିଓ ଦେଖିବାକୁ ମିଳୁଛି, ଯାହାକୁ ଦେଖି କିଛି ଲୋକ ହସିହସି ଗଡ଼ି ଯାଉଥିବା ବେଳେ ଆଉ କେତେକ ଏଭଳି ଭିଡିଓ ତିଆରି କରୁଥିବା ବେଳେ ସତର୍କ ରହିବାକୁ କହିଛନ୍ତି। ଏହି ଭିଡିଓରେ ଜଣେ ଯୁବତୀ ରାସ୍ତାରେ ଛିଡ଼ା ହୋଇ ତାଙ୍କର ଏକ ନୃତ୍ୟ ଭିଡିଓ ସୁଟ କରୁଛନ୍ତି। ଏତିକି ବେଳେ ସେଠାରେ ଥିବା ଏକ ବାରବୁଲା କୁକୁର ଆସି ଯୁବତୀଙ୍କୁ କାମୁଡ଼ି ପକାଉଥିବା ଦେଖିବାକୁ ମିଳୁଛି। ଯୁବତୀ ଜଣକ କଳେବଳେ କୌଶଳେ କୁକୁର କବଳରୁ ମୁକୁଳି ଆସୁଛନ୍ତି। କୁକୁର କାମୁଡ଼ାରେ ଯୁବତୀଙ୍କ ଜଙ୍ଘରେ ଆଘାତ ଲାଗିଥିବା ଦେଖିବାକୁ ମିଳୁଛି।

ତେବେ ଏହି ଭିଡିଓରେ ବି ଜଣେ କହୁଥିବା ଶୁଣିବାକୁ ମିଳୁଛି କି ରାସ୍ତାରେ ନୃତ୍ୟ କର ନାହିଁ… ରାସ୍ତାରେ ନୃତ୍ୟ କର ନାହିଁ ବୋଲି କହୁଛି। ଏବେ କୁକୁର କାମୁଡ଼ି ଦେଲା, ୧୪ଟା ଇନଜେକସନ ନେବାକୁ ହେବ।

ଏହି ଭିଡିଓକୁ ସୋସିଆଲ ମିଡିଆ ବ୍ୟବହାରକାରୀ ବେଶ ପସନ୍ଦ ବି କରୁଛନ୍ତି। ଭିଡିଓକୁ କେଟର୍ସ କ୍ଲିପ ଦ୍ବାରା ସେୟାର କରାଯାଇଛି। ତେବେ ଏହି ଭିଡିଓଟି ପୁରୁଣା ବୋଲି କୁହାଯାଉଥିବା ବେଳେ ଏବେ ପୁଣିଥରେ ଏହା ସୋସିଆଲ ମିଡିଆରେ ଘୁରି ବୁଲୁଛି।

The post ସାବଧାନ! ଭିଡିଓ ସୁଟ୍ ପାଇଁ ରାସ୍ତାରେ କରୁଛନ୍ତି କି ନୃତ୍ୟ, ହୋଇପାରେ ଏଭଳି ଅବସ୍ଥା first appeared on Sambad.



from ବିଶେଷ – Sambad https://ift.tt/3i6uy0B

Post a Comment

0 Comments