ଜାତୀୟ ମତଦାତା ଦିବସ ଆଜି

ଆଜି ଆମ ଦେଶର ‘ଜାତୀୟ ମତଦାତା ଦିବସ’ ବା ‘ନେସ୍‌ନାଲ୍‌ ଭୋଟର୍ସ‌୍‌ ଡେ’। ଅଧିକରୁ ଅଧିକ ଯୁବାଙ୍କୁ ରାଜନୈତିକ ପ୍ରକ୍ରିୟାରେ ଭାଗନେବାକୁ ଉତ୍ସାହିତ କରିବା ନିମନ୍ତେ ୨୦୧୧ରୁ ପ୍ରତି ବର୍ଷ ଜାନୁଆରି ୨୫ରେ ଏହି ଦିବସ ପାଳନ କରାଯାଉଛି। ଏଥି ପାଇଁ ନିର୍ବାଚନ ଆୟୋଗ ପକ୍ଷରୁ ପ୍ରଥମେ ପ୍ରସ୍ତାବ ଦିଆଯାଇଥିଲା।

ଉଲ୍ଲେଖଯୋଗ୍ୟ ଯେ, ୧୯୫୦ ଜାନୁଆରି ଏହି ଦିନରେ ନିର୍ବାଚନ ଆୟୋଗ ପ୍ରତିଷ୍ଠା ହୋଇଥିଲା। ପ୍ରତି ବର୍ଷ ଜାନୁଆରି ୨୫ରେ ନୂଆ ମତଦାତାଙ୍କୁ ଭୋଟର‌୍‌ ଆଇଡେନ୍‌ଟିଟି କାର୍ଡ‌୍‌ ପ୍ରଦାନ କରାଯାଉଛି। ଏଥି ପାଇଁ ଚିହ୍ନଟ ପ୍ରକ୍ରିୟା ପୂର୍ବରୁ ଆରମ୍ଭ ହେଉଛି। ୧୯୮୮ ପର୍ଯ୍ୟନ୍ତ ମତଦାତାଙ୍କ ବୟସ ଏକୋଇଶ ବର୍ଷ ଥିଲା। ଏହି ବର୍ଷ ଏହାକୁ ଅଠରକୁ ଖସାଯାଇଥିଲା।

The post ଜାତୀୟ ମତଦାତା ଦିବସ ଆଜି first appeared on Sambad.



from ବିଶେଷ – Sambad https://ift.tt/368rlZP

Post a Comment

0 Comments