
ଓ୍ୱାସି˚ଟନ୍ ଡିସିସ୍ଥିତ ‘ସ୍ମିଥ୍ସୋନିଆନ୍ ଆର୍ଟ୍ ମ୍ୟୁଜିଅମ୍’ରେ ‘ଭୂତ ଘଣ୍ଟା’ ବା ‘ଘୋସ୍ଟ କ୍ଲକ୍’ ନାମକ ଅଦ୍ଭୁତ କଳାକୃତି ପ୍ରଦର୍ଶିତ ହେଉଛି। ଘଣ୍ଟାଟି ଘୋଡ଼େଇ ରଖାଯାଇଥିବା ପରି ଦିଶୁଛି। କିନ୍ତୁ, ପ୍ରକୃତରେ ଘୋଡ଼ାଯାଇନାହିଁ। ଭୂତ ଘଣ୍ଟା ଏକ କାଷ୍ଠ-କଳା। କାଠ ଖୋଦେଇ କଳାରେ ଅଭିଜ୍ଞ ଓ ନିପୁଣ ଓ୍ୱଣ୍ତେଲ୍ କାସଲ୍ ନାମକ ଶିଳ୍ପୀ, ଏକ ମାହୋଗାନି ଗଛର ମୋଟା ଗଣ୍ତିକୁ ଖୋଦେଇ କରି, ଏ ଭଳି ରୂପ ଦେଇଛନ୍ତି। ଭାସ୍କର୍ଯ୍ୟର ଧଳା କପଡ଼ା ପରି ଦିଶୁଥିବା ଅଂଶଟି ମଧ୍ୟ କାଠ। ରଙ୍ଗ ଦ୍ବାରା ସଜାଯାଇଛି। ଭୂତ ଘଣ୍ଟା ଭାବେ ନାମିତ ହୋଇଥିଲେ ହେଁ ନା ସେଇଟି ଘଣ୍ଟା ନା ସେଥିରେ କୌଣସି ଭୌତିକତା ଅଛି।
The post ଭୂତ ଘଣ୍ଟା! first appeared on Sambad.
from ବିଶେଷ – Sambad https://ift.tt/3a9sEZx
0 Comments