ପକ୍ଷୀର ପର

ମଣିଷଙ୍କ ନଖ ଓ କେଶ ପରି ପକ୍ଷୀର ପରର ମୁଖ୍ୟ ଉପାଦାନ କେରାଟିନ୍‌। ପକ୍ଷୀ ନିୟମିତ ବ୍ୟବଧାନରେ ପର ଝାଡ଼େ ଏବ˚ ଝଡ଼ିଥିବା ସ୍ଥାନରେ ନୂଆ ପର କଅଁଳେ। ଏହି ପ୍ରକ୍ରିୟାକୁ ନିର୍ମୋଚନ କହାଯାଏ। ପକ୍ଷୀର ପର ଏକ ନିର୍ଦିଷ୍ଟ ଢାଞ୍ଚାରେ ଝଡ଼ିଥାଏ। ସାଧାରଣତଃ, ଉଭୟ ପାଖରୁ ଗୋଟିଏ ଗୋଟିଏ କରି ଝଡ଼େ; ଏଣୁ ଉଡ଼ିବା ବେଳେ ଏହା ଭାରସାମ୍ୟ ହରାଏନାହିଁ। ପେଙ୍ଗୁଇନ୍‌ ଭଳି ଉଡ଼ିପାରୁ ନ ଥିବା ପକ୍ଷୀର ପର ଏକା ଥରକେ ଝଡ଼େ। ଘରଚଟିଆ ଦେହରେ ଗ୍ରୀଷ୍ମ ଋତୁରେ ତିନି ହଜାର ପର୍ଯ୍ୟନ୍ତ ପର ଥାଏ; ଶୀତ କାଳରେ ତାହା ଆଉ ପାଞ୍ଚ ଶହ ବଢ଼ିଥାଏ। ଏହା ତାହାକୁ ଥଣ୍ତା ପ୍ରକୋପରୁ ରକ୍ଷା କରେ। ରାଜହ˚ସ ଭଳି କେତେକ ପକ୍ଷୀଙ୍କର କେବଳ ଗ୍ରୀବା ଓ ମଥାରେ କୋଡ଼ିଏ ହଜାରରୁ ଅଧିକ ପର ଥାଏ। ଲାଲ ବେକ ଥିବା ହମି˚ବାର୍ଡ‌୍‌ର ପର ସ˚ଖ୍ୟା ମାତ୍ର ୯୪୦।

ଏକଦା ଟର୍କି ଏବ˚ ହ˚ସ ଭଳି ପକ୍ଷୀ ପରକୁ ଲେଖନୀ ଭାବେ ବ୍ୟବହାର କରାଯାଉଥିଲା। କଲମ ବା ଇ˚ଲିସ୍‌ର ‘ପେନ୍‌’ ଶବ୍ଦଟି ଲାଟିନ୍‌ ଶବ୍ଦ ‘ପେନା’ରୁ ଆସିଛି, ଯାହାର ଅର୍ଥ ‘ପକ୍ଷୀ-ପର’। ଗ୍ରେବିଜ୍‌ ପକ୍ଷୀ ନିଜର ପର ଖାଇଯାଏ। ଏହା ଗିଳିପକାଉଥିବା ମାଛର ହାଡ଼ ଓ କାତି ହଜମ କରିବାରେ ପର ସହାୟକ ହୁଏ। ଜାପାନ୍‌ରେ ଦେଖାଯାଉଥିବା ଏକ ପ୍ରକାରର ଗୃହପାଳିତ କୁକୁଡ଼ା ‘ଫିନିକ୍‌ସ ଫାଉଲ୍‌’ର ଲାଞ୍ଜର ପର ୧୦.୬ ମିଟର୍‌ ଯାଏ ବଢ଼ିଥାଏ। ଏହାର ପର ସବୁଠାରୁ ଲମ୍ବା। ମୟୂର ପରର ଲମ୍ବ ଅତି ବେଶିରେ ଦେଢ଼ ମିଟର୍‌। ଏକକ ପକ୍ଷୀ ପରର ଓଜନ ଖୁବ୍‌ କମ୍‌ ହୋଇଥିଲେ ହେଁ ସାମଗ୍ରୀକ ଭାବେ ଦେଖିଲେ, ତାହା ପକ୍ଷୀର ଓଜନର ଏକ ବଡ଼ ଅ˚ଶ। ଆକାଶରେ ଉଡ଼ୁଥିବା ପ୍ରାୟ ସମସ୍ତ ପକ୍ଷୀଙ୍କର ପରର ଓଜନ, ସେମାନଙ୍କ ହାଡ଼-କଙ୍କାଳର ଓଜନଠାରୁ ଢେର‌୍‌ ଅଧିକ।

The post ପକ୍ଷୀର ପର first appeared on Sambad.



from ବିଶେଷ – Sambad https://ift.tt/2YkZtNJ

Post a Comment

0 Comments