ଅନ୍ତର୍ଜାତୀୟ ଗୁଡ଼ି ମହୋତ୍ସବ

ପ୍ରତି ବର୍ଷ ‘ମକର ସ˚କ୍ରାନ୍ତି’ ଅବସରରେ ଅହମଦାବାଦରେ ‘ଅନ୍ତର୍ଜାତୀୟ ଗୁଡ଼ି ମହୋତ୍ସବ’ ପାଳନ କରାଯାଏ। ଗୁଜରାତରେ ‘ମକର ସ˚କ୍ରାନ୍ତି’ ଅବସରରେ ଗୁଡ଼ି ଉଡ଼ାଇବା ପର˚ପରା ବହୁ ପ୍ରାଚୀନ। ପର୍ସିଆର ମୁସଲମାନମାନେ ଏହା ଆରମ୍ଭ କରିଥିବା ବିଶ୍ବାସ କରାଯାଏ। ଏଥିରୁ ଏହାର ପ୍ରାଚୀନତା ଅନୁମେୟ। ତେବେ, ଏହା ଏକ ଅନ୍ତର୍ଜାତୀୟ ମହୋତ୍ସବର ରୂପ ନେଇଥିଲା ୧୯୮୯ରେ। ସେହି ବର୍ଷ ପ୍ରଥମ ଥର ପାଇଁ ବହୁ ଦେଶର ପର୍ଯ୍ୟଟକ ଏହି ଉତ୍ସବରେ ଭାଗନେବା ସହ ଏହାକୁ ବିଶ୍ବ ସ୍ତରୀୟ ମାନ୍ୟତା ମିଳିଥିଲା। ଅହମଦାବାଦକୁ ‘ଗୁଜରାତର ଗୁଡ଼ି ରାଜଧାନୀ’ କହାଯାଏ। ‘ମକର ସ˚କ୍ରାନ୍ତି’ରେ ସକାଳ ପାଞ୍ଚଟାରୁ ଗୁଡ଼ି ଉଡ଼ା ଆରମ୍ଭ ହୋଇ ରାତି ଦଶଟା ପର୍ଯ୍ୟନ୍ତ ଚାଲେ। ସର୍ବାଧିକ ଭିଡ଼ ହୁଏ ସାବରମତୀ ନଦୀ କୂଳରେ। ଅପରାହ୍‌ଣ ପରେ ଆଠ-ଦଶ ଲକ୍ଷ ଲୋକ ଏହା ଉପଭୋଗ କରନ୍ତି।

The post ଅନ୍ତର୍ଜାତୀୟ ଗୁଡ଼ି ମହୋତ୍ସବ first appeared on Sambad.



from ବିଶେଷ – Sambad https://ift.tt/2LuH0LT

Post a Comment

0 Comments