ଜୀବନ ନେଉଥିବା ଝରଣା

ଇ˚ଲଣ୍ତ୍‌ ଅନ୍ତର୍ଗତ ୟର୍କ‌୍‌ସାୟାର‌୍‌ରେ ‘ବୋଲ୍‌ଟନ୍‌ ଷ୍ଟ୍ରିଡ୍‌’ ନାମକ ଜଙ୍ଗଲୀ ଝରଣା ପ୍ରବାହିତ। ଏହା ଅତ୍ୟନ୍ତ ମାରାତ୍ମକ ଏବଂ ବିପଜ୍ଜନକ। ଏହା ଭିତରେ ପଶିଥିବା କୌଣସି ମଣିଷ ବା ପ୍ରାଣୀ ଜୀବନ୍ତ ଫେରିଥିବା ଜଣାଯାଏ ନାହିଁ। ଏପରିକି ଶବ ସୁଦ୍ଧା ମିଳେନାହିଁ। ଏହା ପ୍ରକୃତରେ ଏକ ନଦୀ। ପ୍ରଶସ୍ତ ନଦୀ ଏକ ସ୍ଥାନରେ ପ୍ରାକୃତିକ ଭାବେ କିଛି ବାଟ ଅପ୍ରଶସ୍ତ ଆକାରରେ ପ୍ରବାହିତ ହେଉଛି ଏବ˚ ସେହି ଅପ୍ରଶସ୍ତ ଅ˚ଶଟି ହିଁ ଝରଣା।

Atlas Obscura

ଅପ୍ରଶସ୍ତ ଅଂଶରେ ପାଣିର ସ୍ରୋତ ଅତି ପ୍ରଖର। ଗଭୀରତା ମଧ୍ୟ ଅଧିକ। ଜଳ ସ୍ରୋତ ତଳେ ଶକ୍ତିଶାଳୀ ନିମ୍ନ-ସ୍ରୋତ ପ୍ରବାହିତ। ଝରଣା ଭିତରେ ଗୁଡ଼ିଏ ସୁଡ଼ଙ୍ଗ, ଗର୍ତ୍ତ ଆଦିର ଉପସ୍ଥିତି ଝରଣାଟିକୁ ମରଣ ସ୍ଥଳୀରେ ପରିଣତ କରିଛି। ଝରଣାର ଗଭୀରତା ମପାଯାଇନାହିଁ। ଯିଏ ପଶିଛି, ମରିଛି। ଯିଏ ଅତିକ୍ରମ କରିବାକୁ ଚେଷ୍ଟା କରିଛି, ତା’ର ପ୍ରାଣ ମଧ୍ୟ ଯାଇଛି। ବ୍ରିଟିସ୍‌ ‌କବି ଵିଲିଅମ୍‌ ଵର୍ଡ‌୍‌ସଵର୍ଥ‌୍‌ ଏହି ଝରଣା ଆଧାରରେ ‘ଦ ଫୋର୍ସ‌୍‌ ଅଫ୍‌ ପ୍ରେଆର‌୍‌’ ନାମକ କବିତା ଲେଖିଯାଇଛନ୍ତି।

The post ଜୀବନ ନେଉଥିବା ଝରଣା first appeared on Sambad.



from ବିଶେଷ – Sambad https://ift.tt/35DcA0R

Post a Comment

0 Comments