ଟିକା ନେଲେ ରେଷ୍ଟୁରାଣ୍ଟରେ ମିଳିବ ଭାରି ରିହାତି

ଦୁବାଇ: କରୋନା ଟିକା ନେବାକୁ ପ୍ରୋତ୍ସାହିତ କରିବା ପାଇଁ ଏବେ ସଂଯୁକ୍ତ ଆରବ ଏମିରେଟସରେ ଏକ ନୂଆ ବ୍ୟବସ୍ଥା କରାଯାଇଛି | ଏଠାକାର ଦାମୀ ରେଷ୍ଟୁରାଣ୍ଟମାନେ ଟିକା ପ୍ରତି ଲୋକଙ୍କୁ ଆକର୍ଷିତ କରିବା ପାଇଁ ଏକ ଭିନ୍ନ ନିୟମ ଲାଗୁ କରିଛନ୍ତି | ନୂଆ ନିୟମ ମୁତାବକ ଯେଉଁମାନେ କରୋନା ଟିକା ନେବେ ସେହି ଗ୍ରାହକଙ୍କ ପାଇଁ ଖାଦ୍ୟ ଉପରେ ବିପୁଳ ରିହାତି ପ୍ରଦାନ କରାଯାଉଛି | ସଂଯୁକ୍ତ ଆରବ ଏମିରେଟ୍ସରେ ଏକ କୋଟି ଜନସଂଖ୍ୟାର ପ୍ରାୟ ଏକ ଚତୁର୍ଥାଂଶ ଅର୍ଥାତ ୨୫ ଲକ୍ଷ ଲୋକଙ୍କୁ ପ୍ରଥମ ଟିକା ଦିଆଯାଇଛି |

ଆଉ ଦୁବାଇର ରେଷ୍ଟୁରାଣ୍ଟମାନେ ଏବେ ଟିକା ନେଇଥିବା ବ୍ୟକ୍ତିଙ୍କୁ ଖାଦ୍ୟ ଉପରେ ରିହାତି ଦେବାରେ ଲାଗିଛନ୍ତି | ପ୍ରଥମ ଟିକା ନେବା ପରେ ୧୦ ପ୍ରତିଶତ ଓ ଦ୍ଵିତୀୟ ଟିକା ନେବା ପରେ ୨୦ ପ୍ରତିଶତ ରିହାତି ଦିଆଯାଉଛି |

ସୋସିଆଲ ମିଡିଆରେ ଏହି ପଦକ୍ଷେପକୁ ଅନେକ ଲୋକ ସ୍ୱାଗତ କରିଛନ୍ତି | ସୂଚନା ଥାଉ କି ଦୁବାଇ ସମେତ ସାତୋଟି ଏମିରେଟ୍ସକୁ ନେଇ ଗଠିତ ୟୁଏଇ ଡିସେମ୍ବରରୁ ଏକ ବ୍ୟାପକ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିଛି। ୟୁଏଇ ଚାଇନିଜ୍ କମ୍ପାନୀ ସିନୋଫାରମ୍, ଆମେରିକୀୟ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଫାଇଜର ଏବଂ ଜର୍ମାନ ଟିକା ବାଓଣ୍ଟେକ୍ ଟିକା ବ୍ୟବହାରକୁ ଅନୁମୋଦନ କରିଛି।

The post ଟିକା ନେଲେ ରେଷ୍ଟୁରାଣ୍ଟରେ ମିଳିବ ଭାରି ରିହାତି first appeared on Sambad.



from ବିଶେଷ – Sambad https://ift.tt/2MwBGaM

Post a Comment

0 Comments