
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଜଣେ ମହିଳା ଡାକ୍ତରଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି। ଏହି ମହିଳା ଡାକ୍ତର ଜଣକ ଏପରି କାମ କରିଛନ୍ତି ଯାହାକୁ ଶୁଣି ଆପଣଙ୍କ ମୁହଁରେ ବି ହସ ଖେଳିଯିବ।
ମା’ ଯାଆଁଳା ଶିଶୁକୁ ଜନ୍ମ ଦେବା ପରେ ଗ୍ରହଣ କରିବାକୁ ମନା କରି ଦେଇଥିଲା। ଶିଶୁ ଦୁଇଟିର ଚିକିତ୍ସା କରୁଥିବା ଜଣେ ଅବିବାହିତ ମହିଳା ଡାକ୍ତର କୋମଲ ଯାଦବ ଉକ୍ତ ଯାଆଁଳା ଶିଶୁକୁ ସ୍ବଇଚ୍ଛାରେ ଗ୍ରହଣ କରି ନେଇଥିବାର ଏକ ହୃଦୟସ୍ପର୍ଶୀ ଘଟଣା ସାମ୍ନାକୁ ଆସିଛି।
ଡାକ୍ତରଖାନା ପରିଚାଳକ ଉକ୍ତ ମା’କୁ ବୁଝାଇବାକୁ ବହୁତ ଚେଷ୍ଟା କରିଥିଲେ କିନ୍ତୁ ସେ ବୁଝିବାକୁ ପ୍ରସ୍ତୁତ ନଥିଲେ। ଏହାପରେ ସମସ୍ତ ନିୟମକୁ ପୂରା କରିବା ପରେ ଅବିବାହିତ ଡାକ୍ତର କୋମଲ ଶିଶୁ ଦୁଇଟିକୁ ନିଜ ଘରକୁ ନେଇ ଯାଇଥିଲେ। ସୋସିଆଲ ମିଡିଆରେ ଏହି ଖବର ପୋଷ୍ଟ ହେବା ପରେ ଡାକ୍ତର କୋମଲଙ୍କୁ ବହୁତ ପ୍ରଶଂସା କରାଯାଉଛି। ଟୁଇଟର ବ୍ୟତୀତ ତାଙ୍କର ଏଭଳି ପ୍ରଶଂସନୀୟ କାମ ଅନେକ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେୟାର ବି କରାଯାଉଛି |
ଆଇଏଏସ୍ ଅଧିକାରୀ ଅୱାନିଶ ଶରଣ ଡାକ୍ତର କୋମଲ ଯାଦବଙ୍କ ଭୁରିଭୁରି ପ୍ରଶଂସା କରିଛନ୍ତି।
जन्म देते ही जुड़वाँ बेटियों को माँ ने ठुकरा दिया तो उसका इलाज करने वाली अविवाहित महिला डॉक्टर डॉ. कोमल यादव ने उन्हें अपना लिया.
डॉ. कोमल यादव वर्तमान में फर्रुखाबाद के एक निजी अस्पताल में तैनात हैं. उनका कहना है कि वो शादी भी उसी से करेंगी जो इन दोनों बच्चियों को अपनाएगा.
pic.twitter.com/WR7nvZDDp4
— Awanish Sharan (@AwanishSharan) December 31, 2020
ଅୱାନିଶ ଶରଣଙ୍କ କହିବାନୁସାରେ, ଡାକ୍ତର କୋମଲ ଯାଦବ ବର୍ତ୍ତମାନ ଫରୁଖାବାଦର ଏକ ଘରୋଇ ଡାକ୍ତରଖାନାରେ କାମ କରୁଛନ୍ତି। ଏହି ଡାକ୍ତରଖାନାରେ ଜଣେ ମହିଳା ଯାଆଁଳା ଶିଶୁକୁ ଜନ୍ମ ଦେଇଥିଲେ। ସେ ଯେତେବେଳେ ତାଙ୍କର ଯାଆଁଳା ଶିଶୁ ଜନ୍ମ ହୋଇଥିବା କଥା ଜାଣିଥିଲେ ନବଜାତକୁ ଆପଣାଇବା ପାଇଁ ମନା କରି ଦେଇଥିଲେ। ସେତେବେଳେ ଅବିବାହିତା ମହିଳା ଡାକ୍ତର କୋମଲ ଯାଦବ ଦୁଇ ଶିଶୁକୁ ଗ୍ରହଣ କରିବେ ବୋଲି ନିଷ୍ପତ୍ତି ନେଇଥିଲେ। ଶିଶୁ ଦୁଇଟିକୁ ଆପଣାଇବା ପରେ କୋମଳ କହିଛନ୍ତି ସେ ଏବେ ଅବିବାହିତ ଅଛନ୍ତି। ତେବେ ଯିଏ ଏହି ଶିଶୁ ଦୁଇଟିକୁ ଆପଣାଇବ ତାଙ୍କୁ ହିଁ ସେ ବିବାହ କରିବେ।
ଆଇଏଏସ ଅଧିକାରୀ ଡିସେମ୍ବର ୩୧ ସନ୍ଧ୍ୟାରେ ଏହି ଘଟଣାର ଟୁଇଟ୍ ସେୟାର କରିଛନ୍ତି। ଏପର୍ଯ୍ୟନ୍ତ ଏହାକୁ ୮ହଜାରରୁ ଅଧିକ ଲାଇକ୍ ଏବଂ ୮୦୦ ରୁ ଅଧିକ ରି-ଟ୍ୱିଟ୍ କରାଯାଇଛି। ଏହି ପୋଷ୍ଟକୁ ଦେଖିବା ପରେ ଲୋକମାନେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି।
ଆଇପିଏସ୍ ଅଧିକାରୀ ଦୀପାଂଶୁ କାବ୍ରା ଲେଖିଛନ୍ତି, ‘ଶିଶୁକୁ ଜନ୍ମ ଦେବା ମା’ଠାରୁ ଲାଲନ ପାଳନ କରୁଥିବା ମା’ର ସ୍ଥାନ ସର୍ବଦା ଉପରେ ରହିଥାଏ। ଡାକ୍ତର କୋମଲ ଯାଦବ ଏହାର ସବୁଠାରୁ ବଡ ଉଦାହରଣ । ମୁଁ ବିଶ୍ବାସ କରି ପାରୁ ନାହିଁ କି ଏମିତି ବି ମା’ ଅଛନ୍ତି ଯେଉଁମାନେ ନିଜ ଜନ୍ମ କଲା ସନ୍ତାନକୁ ଛାଡ଼ି ପାରନ୍ତି! ଲଜ୍ଜାଜନକ !! ଭଗବାନ ଉଭୟ ଶିଶୁକୁ ସୁଖରେ ରଖନ୍ତୁ। ସୁସ୍ଥ ଏବଂ ସମୃଦ୍ଧ ଜୀବନ ଦିଅନ୍ତୁ ।
The post ଯାଆଁଳା ଶିଶୁକୁ ଜନ୍ମ ଦେବା ପରେ ଏଡ଼ାଇ ଦେଲା ମା’, ଅବିବାହିତ ଡାକ୍ତର ସ୍ବଇଚ୍ଛାରେ ଆପଣାଇ ନେଇ କହିଲେ ଏଭଳି କଥା first appeared on Sambad.
from ବିଶେଷ – Sambad https://ift.tt/3n0uArH

0 Comments