
ଭୋପାଳ: ଅନେକ ବାପ-ପୁଅ ବିବାଦ ଆପଣ ଦେଖିଥିବେ। ପୁଅ ଉପରେ ରାଗି କରି ବାପାମାନେ ସେମାନଙ୍କୁ ନିଜ ସଂପତ୍ତିରୁ ବଞ୍ଚିତ କରିବା କିଛି ନୂଆ କଥା ନୁହେଁ। ପୂର୍ବରୁ ବି ଅନେକ ବାପ ତାଙ୍କ ପୁଅକୁ ନିଜ ସଂପତ୍ତିରୁ ବଞ୍ଚିତ କରି ଅନ୍ୟ କାହା ନାମରେ ଲେଖାଇ ଦେଇଥିବାର ଉଦାହରଣ ରହିଛି। ମାତ୍ର ମଧ୍ୟପ୍ରଦେଶରେ ଘଟିଛି ଏପରି ଏକ ଘଟଣା ଯାହା ଆପଣଙ୍କୁ ଚକିତ କରିବ ନିଶ୍ଚୟ।
ମଧ୍ୟପ୍ରଦେଶସ୍ଥିତ ଚିନ୍ଦୱାରା ଜିଲ୍ଲାର ଜଣେ ୫୦ ବର୍ଷ ବୟସ୍କ କୃଷକ ନିଜ ସଂପତ୍ତିର ଅଧା ତାଙ୍କ ପତ୍ନୀଙ୍କ ନାମରେ କରି ଦେଇଥିବା ବେଳେ ଆଉ ଅଧା ତାଙ୍କ ପୋଷ୍ୟ କୁକୁର ନାମରେ କରି ଦେଇଥିବା କଥା ଏବେ ଚାରିଆଡ଼େ ଚର୍ଚ୍ଚା ପାଲଟିଛି।
ଓମ୍ ନାରାୟଣ ବର୍ମା ନାମକ ଏହି ବ୍ୟକ୍ତି ଜଣକ ନିଜ ପୁଅମାନଙ୍କ ଆଚରଣ କ୍ଷୁବ୍ଧ ହୋଇ ଏପରି ଚରମ ପଦକ୍ଷେପ ନେଇଥିବା ଜାଣିବାକୁ ମିଳିଛି। ବର୍ମା ତାଙ୍କ ନାମରେ ଥିବା ତାଙ୍କ ୪ ଏକର ଜମିକୁ ତାଙ୍କ ପତ୍ନୀ ଓ କୁକୁରଙ୍କ ମଧ୍ୟରେ ସମାନ ଭାବରେ ବାଣ୍ଟି ଦେଇଛନ୍ତି।
ସେ ତାଙ୍କ ଇଚ୍ଛା ପତ୍ରରେ ବି ଉଲ୍ଲେଖ କରିଛନ୍ତି ଯେ ‘ମୋର ପତ୍ନୀ ଓ ମୋ କୁକୁର ମୋର ଉପଯୁକ୍ତ ସେବା କରିଛନ୍ତି। ସେମାନେ ମୋର ଖୁବ୍ ଘନିଷ୍ଠ। ମୋର ସମସ୍ତ ସମ୍ପତ୍ତି ମୁଁ ସେମାନଙ୍କ ମଧ୍ୟରେ ସମାନ ଭାବେ ବାଣ୍ଟିଦଉଛି। ମୋର ମୃତ୍ୟୁ ପରେ ମୋ ପତ୍ନୀ ଚମ୍ପା ବର୍ମା ଏବଂ ମୋର କୁକୁର ମୋର ସମ୍ପତ୍ତି ଏବଂ ଜମିର ଉତ୍ତରାଧିକାରୀ ହେବେ। କୁକୁରର ମୃତ୍ୟ ପରେ ତା’ର ଦେଖାଶୁଣା କରିଥିବା ଲୋକକୁ ସେହି ସଂପତ୍ତି ମିଳିବ।’
The post ପୁଅମାନଙ୍କ ବ୍ୟବହାରରେ ଅତିଷ୍ଠ ହୋଇ କୁକୁର ନାଁରେ ସଂପତ୍ତି କରିଦେଲେ ବାପା first appeared on Sambad.
from ବିଶେଷ – Sambad https://ift.tt/38RY2Lr
0 Comments