ନବଦମ୍ପତି ସମୁଦ୍ର କୂଳରୁ ଉଠାଇଲେ ୬୦୦ କେଜି ଅଳିଆ

ନୂଆଦିଲ୍ଲୀ: ସାଧାରଣତଃ ବିବାହ ବନ୍ଧନରେ ବାନ୍ଧି ହେବା ପରେ ଦମ୍ପତିମାନେ ହନିମୁନ୍ ପାଇଁ ଯୋଜନା କରିଥାଆନ୍ତି। ନିକଟରେ ନବବିବାହିତ ଦମ୍ପତି ତାଙ୍କ ହନିମୁନ ପାଇଁ ନୁହେଁ ବରଂ ସମାଜ ପାଇଁ କାମକୁ ନେଇ ଚର୍ଚ୍ଚାରେ ରହିଛନ୍ତି।

ଅନୁଦୀପ ହେଗଡେ ଓ ମିନୁଶା କାଞ୍ଚାଙ୍କର ନିକଟରେ ବିବାହ ହୋଇଥିଲା। ଅନୁଦୀପଙ୍କ ଘର କର୍ଣ୍ଣାଟକର ବେନ୍ଦୁର ସହରରେ ବୋଲି ଜଣାପଡ଼ିଛି। ତେବେ ସେଠାରେ ଥିବା ସୋମେଶ୍ୱରା ସମୁଦ୍ର କୂଳରେ ଅନୁପୀପ ଓ ମିନୁଶା ଅଧିକାଂଶ ସମୟରେ ବୁଲାବୁଲି କରିବା ପାଇଁ ଯାଇଥାଆନ୍ତି। ଏହି ବୁଲାବୁଲି ସମୟରେ ସେମାନେ ସମୁଦ୍ର କୂଳରେ ଅନେକ ଅଳିଆ ପଡ଼ିଥିବା ଦେଖିବାକୁ ପାଇଥିଲେ। ବିବାହ ପରେ ଦୁହେଁ ହନିମୁନ ଯିବା ପରିବର୍ତ୍ତେ ସମୁଦ୍ର କୂଳକୁ ସଫା କରିବାକୁ ନିଷ୍ପତ୍ତି ନେଇଥିଲେ।

ଅନୁଦୀପ ଏ ନେଇ ଏକ ଟୁଇଟ୍ ମଧ୍ୟ କରିଛନ୍ତି। ସେ ଏକ ଭିଡିଓ ସେଆର୍ କରିଛନ୍ତି। ଏଥିରେ ‌ଅନୁଦୀପ ଲେଖିଛନ୍ତି, କ’ଣ ଦୁଇଟି ମଣିଷ ବଡ଼ ପରିବର୍ତ୍ତନ ଆଣିପାରିବେ? ଦୁଇ ସପ୍ତାହ ତଳେ ମୋର ବିବାହ ହୋଇଛି ଏବଂ ଆମେ ଦୁହେଁ ନିଷ୍ପତ୍ତି ନେଲୁ ଯେ ହନିମୁନ୍ ଯିବା ପୂର୍ବରୁ ପ୍ରଥମେ ସମୁଦ୍ର କୂଳକୁ ସଫା କରିବୁ। ଆମେ ଏଠାରେ ୪୦ ପ୍ରତିଶତ ଅଳିଆ ସଫା କରିସାରିଛୁ। ଆଉ କିଛି ବାକି ଅଛି। ଏହା ଆମ ପାଇଁ ବହୁତ ଆତ୍ମସନ୍ତୋଷର ମୁହୂର୍ତ୍ତ ଥିଲା।

The post ନବଦମ୍ପତି ସମୁଦ୍ର କୂଳରୁ ଉଠାଇଲେ ୬୦୦ କେଜି ଅଳିଆ first appeared on Sambad.



from ବିଶେଷ – Sambad https://ift.tt/34eWZ79

Post a Comment

0 Comments