
ନୂଆଦିଲ୍ଲୀ: ବ୍ରାଜିଲରେ ଡକ୍ୟୁମେଣ୍ଟାରି ଚଳଚ୍ଚିତ୍ର ନିର୍ମାତା ଏର୍ନେଷ୍ଟୋ ଗାଲିଓଟୋ ଏମିତି ଏକ କାମ କରିଛନ୍ତି ଯାହାକୁ କେହି କେବେ ସ୍ବପ୍ନରେ ସୁଦ୍ଧା ଭାବି ନଥିବେ। ସେ ପ୍ଲେନରୁ ନିଜ ଆଇଫୋନ୍ ତଳକୁ ପକାଇ ଦେଇଥିବା ଜଣାପଡ଼ିଛି। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ତାଙ୍କ ଫୋନ୍ କେବଳ ସୁରକ୍ଷିତ ଭାବେ ମିଳିଛି ତାହା ନୁହେଁ, ଉକ୍ତ ଫୋନରେ ଘଟଣାର ଭିଡିଓ ବି ରେକର୍ଡ ହୋଇଯାଇଛି।
ଚଳଚ୍ଚିତ୍ର ନିର୍ମାତା ତଥା ପରିବେଶବିତ ଗତ ଶୁକ୍ରବାର ଦିନ ରିଓ ଡି ଜେନେରିଓର କାବୋ ଫ୍ରାଇରେ ସମୁଦ୍ର ଉପରେ ଉଡ଼ୁଥିଲେ।ଏହି ସମୟରେ ସେ ତାଙ୍କ ଆଇଫୋନ୍ ୬ଏସକୁ ଧରି ସମୁଦ୍ର ତଟର ଭିଡିଓ ରେକର୍ଡିଂ କରୁଥିଲେ। ପବନର ବେଗ ଅଧିକ ହେବାରୁ ଏର୍ନେଷ୍ଟୋ ଗାଲିଓଟୋ ଧରିଥିବା ଫୋନଟି ଝରକା ଦେଇ ତଳେ ପଡ଼ି ଯାଇଥିଲା। ଏହି ଘଟଣା ପରେ ଏର୍ନେଷ୍ଟୋ ଗାଲିଓଟୋ ବହୁତ ଦୁଃଖ କରିଥିଲେ। ସେ ଭାବିଥିଲେ ତାଙ୍କ ଫୋନକୁ ସେ କେବେ ବି ଫେରି ପାଇବେ ନାହିଁ। ପରେ ବିମାନରୁ ଓହ୍ଲାଇ ଜିପିଏସ ଟ୍ରାକିଂ କରିଥିଲେ, ସେ ଜାଣିବାକୁ ପାଇଲେ ତାଙ୍କ ଫୋନ ସେହି ଆଖପାଖ ଅଞ୍ଚଳରେ କେଉଁଠାରେ ପଡ଼ିଛି।
ସେ ଜିପିଏସ ଟ୍ରାକିଂ କରି ଫୋନ ପାଖରେ ପହଞ୍ଚିବା ପାଇଁ ଚେଷ୍ଟା କରିଥିଲେ। ସେ ଫୋନ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ୩୦୦ମିଟର(୯୮୪)ଫୁଟ ଉଚ୍ଚରୁ ପଡ଼ିଥିଲେ ତାହା ସୁରକ୍ଷିତ ଥିଲା। ତେବେ ଫୋନର ସ୍କ୍ରିନ ପ୍ରୋଟେକ୍ଟ ସାମାନ୍ୟ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଥିଲା। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଫୋନର ଇନ-ବିଲ୍ଟ କ୍ୟାମେରାରେ ବିମାନରୁ ଫୋନ ପଡ଼ିବା ସମୟର ଦୃଶ୍ୟ ରେକର୍ଡ ହୋଇଯାଇଛି। ଯାହାକି ୧୫ ସେକେଣ୍ଡର ରହିଛି।
ଗାଲିଓଟୋ କହିଛନ୍ତି, ‘ବିମାନରୁ ପଡ଼ିବା ପରେ ଫୋନଟି ୧୫ସେକେଣ୍ଡ ପରେ ଭୂମି ଉପରେ ପଡ଼ିଲା | ସୌଭାଗ୍ୟବଶତଃ ଏହା ସମୁଦ୍ର ପାଣିଠାରୁ ପ୍ରାୟ ୨୦୦ ମିଟରର ଦୂରରେ ପଡ଼ିଥିଲା। ଆଶ୍ଚର୍ଯ୍ୟର କଥା ହେଉଛି ଶନିବାର ଦିନ ଏହାକୁ ପାଇଲା ବେଳକୁ ଏଥିରେ ୧୬ ପ୍ରତିଶତ ଚାର୍ଜ ରହିଥିବା ଦେଖିବାକୁ ମିଳିଥିଲା।
The post ହେଲିକପ୍ଟରରେ ବସି ଫୋନରେ ସମୁଦ୍ର ତଟର ଦୃଶ୍ୟ ରେକର୍ଡିଂ କରୁଥିବା ବେଳେ ହାତରୁ ଖସି ପଡ଼ିଲା ଫୋନ: ଗୋଟିଏ ଦିନ ପରେ ସୁରକ୍ଷିତ ମିଳିଲା first appeared on Sambad.
from ବିଶେଷ – Sambad https://ift.tt/389Be9C
0 Comments