
ନୂଆଦିଲ୍ଲୀ: ଖ୍ରୀଷ୍ଟମାସକୁ ଆଉ କିଛିଦିନ ବାକି ଅଛି। ଏଥିପାଇଁ କରୋନାକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ବି ଆରମ୍ଭ ହୋଇଯାଇଛି। ପ୍ରତିବର୍ଷ ବଜାର ଓ ମଲମାନଙ୍କରେ ସାଣ୍ଟା ବେଶରେ କିଛି ଲୋକମାନେ ପିଲାମାନଙ୍କ ମନୋରଞ୍ଜନ କରୁଥିବା ବି ଦେଖିବାକୁ ମିଳିଥାଏ। ଚଳିତ ଥର ସୋସିଆଲ ମିଡିଆରେ ଏମିତି ଏକ ସାଣ୍ଟାର ଫଟୋ ଭାଇରାଲ ହୋଇଛି ଯାହାକୁ ଦେଖି ଲୋକମାନେ ଖୁବ ପ୍ରଶଂସା କରୁଛନ୍ତି। ମହାମାରୀ କରୋନା କାଳରେ ଉକ୍ତ ସାଣ୍ଟା ଜଣକ ମୁମ୍ବାଇ ରାସ୍ତାରେ ମାସ୍କ ବାଣ୍ଟିବା ସହିତ ବସ ଷ୍ଟାଣ୍ଡ, ଅଟୋ ରିକ୍ସାକୁ ସାନିଟାଇଜ କରୁଥିବା ଦେଖିବାକୁ ମିଳିଛି।
Mumbai: A man dressed as Santa Claus carried out sanitization & distributed masks to people in Rani Lakshmi Chowk area.
He says, “Every year I used to distribute chocolates and gifts to children but this year I decided to contribute my bit to fight against COVID-19.” #Christmas pic.twitter.com/DO4UHyG5Kf
— ANI (@ANI) December 18, 2020
ଚଳିତ ଖ୍ରୀଷ୍ଟମାସରେ ସାଣ୍ଟା ବନିଥିବା ବ୍ୟକ୍ତି କହନ୍ତି, ପ୍ରତିଥର ପିଲାମାନଙ୍କୁ ଖ୍ରୀଷ୍ଟମାସରେ ଚକୋଲେଟ ଓ ଉପହାର ଦେଇଥାଏ। କିନ୍ତୁ ଏଥର ମୁଁ କରୋନା ବିରୋଧରେ ଲଢ଼େଇରେ ନିଜକୁ ସାମିଲ କରିବାକୁ ନିଷ୍ପତ୍ତି ନେଇଛି।
ପ୍ରକାଶିତ ରିପୋର୍ଟ ମୁତାବକ, ଉକ୍ତ ବ୍ୟକ୍ତି ଜଣକ ସାଣ୍ଟା ହୋଇ ମୁମ୍ବାଇ ରାଣୀ ଲକ୍ଷ୍ମୀବାଇ ଚୌକ ଅଞ୍ଚଳରେ ଲୋକମାନଙ୍କୁ ମାସ୍କ ବାଣ୍ଟୁଛନ୍ତି। ଏଥିସହିତ ଲୋକଙ୍କୁ ସଂକ୍ରମଣରୁ ବଞ୍ଚାଇବା ପାଇଁ ବସ ଷ୍ଟାଣ୍ଡ ଓ ରିକ୍ସା ଆଦି ଷ୍ଟାଣ୍ଡମାନଙ୍କରେ ସାନିଟାଇଜ କରୁଛନ୍ତି। କେବଳ ଏତିକି ନୁହେଁ ସେ ଚଳିତ ଥର ପିଲା ଓ ଅସହାୟ ଲୋକମାନଙ୍କୁ ଚକୋଲେଟ ଓ ଉପହାର ଦେବା ବଦଳରେ ମାସ୍କ ବାଣ୍ଟୁଛନ୍ତି। ଏଥିସହିତ କରୋନା ଭାଇରସରୁ କିପରି ରକ୍ଷା ପାଇ ହେବ ସେନେଇ ସଚେତନ କରୁଛନ୍ତି। ଉକ୍ତ ବ୍ୟକ୍ତି ଜଣକ ସିୟାନ ଫ୍ରେଣ୍ଡ ସର୍କଲ ପାଉଣ୍ଡେସନର ଅଧ୍ୟକ୍ଷ ରହିଛନ୍ତି।
The post ସାଣ୍ଟା ବେଶରେ ବସ ଓ ଅଟୋ ଷ୍ଟାଣ୍ଡ ସାନିଟାଇଜ କରିବା ସହିତ ପିଲା ଓ ଅସହାୟ ଲୋକଙ୍କୁ ମାସ୍କ ବାଣ୍ଟୁଛନ୍ତି ଏହି ବ୍ୟକ୍ତି first appeared on Sambad.
from ବିଶେଷ – Sambad https://ift.tt/2J0bWCn
0 Comments