ରାଷ୍ଟ୍ରପତି ଥାଇ ବି ନିଜ ସମ୍ପର୍କୀୟଙ୍କୁ ଦେଇପାରିନଥିଲେ ଖଣ୍ଡେ ଚାକିରି, ଚିଠି ଲେଖି ଜଣାଇଥିଲେ ଅସମର୍ଥତା

ନୂଆଦିଲ୍ଲୀ: ନେତାଟିଏ ହୋଇଗଲେ ନିଜ ସମ୍ପର୍କୀୟଙ୍କୁ ଥଇଥାନ କରିବାର କାରନାମା ଆଜିକାଲି ରାଜନୀତିରେ ମୁଖ୍ୟତଃ ଦେଖାଦେଉଛି | ସରକାରୀ ଚାକିରି ହେଉ କିମ୍ବା କୌଣସି ବଡ ପ୍ରକଳ୍ପ ସମ୍ପର୍କୀୟଙ୍କୁ ଦେବାକୁ କୁଣ୍ଠାବୋଧ କରୁନାହାନ୍ତି ଆଜିକାର ନେତା | କିନ୍ତୁ ଆଜି ଆମେ ଏମିତି ଜଣେ ବ୍ୟକ୍ତିତ୍ୱଙ୍କ ବାବଦରେ କହିବୁ ଯିଏ ରାଷ୍ଟ୍ରପତି ଥାଇ ବି ନିଜ ସମ୍ପର୍କୀୟଙ୍କୁ ଖଣ୍ଡେ ଚାକିରି ଦେଇପାରିନଥିଲେ | ସେ ଥିଲେ ଦେଶର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ |

ଯିଏ କି ରାଷ୍ଟ୍ରପତି ଥିବାବେଳେ ସମ୍ପର୍କୀୟଙ୍କୁ ସରକାରୀ ଚାକିରି ଦେବାରେ ଅସମର୍ଥତା ପ୍ରକାଶ କରିଥିଲେ। ଏକ ଚିଠିରେ ଦୁଃଖ ପ୍ରକାଶ କରି ସେ ଲେଖିଥିଲେ ଯେ,’ଏତେ ଉଚ୍ଚ ପଦବୀରେ ଥାଇ ମଧ୍ୟ ମୁଁ ନିଜେ କିଛି କରିପାରିବି ନାହିଁ କିମ୍ବା ଚାକିରି ପ୍ରସଙ୍ଗରେ ଆଉ କାହାଦ୍ୱାରା କିଛି କରିପାରିବି ନାହିଁ। ସରକାରରେ ଚାକିରି ସମ୍ବନ୍ଧୀୟ ନିୟମ ରହିଛି ଏବଂ ସେମାନଙ୍କ ଅନୁଯାୟୀ ମନ୍ତ୍ରୀ କିମ୍ବା ଅନ୍ୟ ଅଧିକାରୀମାନଙ୍କୁ ମଧ୍ୟ ଚାଲିବାକୁ ପଡିବ। ଏହି ନିୟମ ବିରୁଦ୍ଧରେ କେହି ଯାଇପାରିବେ ନାହିଁ। ଶିକ୍ଷିତ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଛି, ଚାକିରି ପାଇବା କଷ୍ଟକର ହୋଇପଡିଛି। ଆଉ ନିଯୁକ୍ତି ଦେବା ମୋର ଅଧିକାରରେ ନାହିଁ, ଏବଂ ଏଥିପାଇଁ କାହାକୁ ସୁପାରିଶ କରିପାରିବି ନାହିଁ’ |

ସୂଚନା ଥାଉ କି ରାଷ୍ଟ୍ରପତିଙ୍କ ଜଣେ ନିକଟ ସମ୍ପର୍କୀୟ ଜିରାଦେଇଙ୍କୁ ଏହି ଚିଠି ସେ ଲେଖିଥିଲେ | ଯେଉଁଥିରେ ଚାକିରି ନ ଦେଇପାରିବାର କାରଣ ବିଷୟରେ ଉଲ୍ଲେଖ କରିଥିଲେ |

The post ରାଷ୍ଟ୍ରପତି ଥାଇ ବି ନିଜ ସମ୍ପର୍କୀୟଙ୍କୁ ଦେଇପାରିନଥିଲେ ଖଣ୍ଡେ ଚାକିରି, ଚିଠି ଲେଖି ଜଣାଇଥିଲେ ଅସମର୍ଥତା first appeared on Sambad.



from ବିଶେଷ – Sambad https://ift.tt/39M07ux

Post a Comment

0 Comments