
ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ପ୍ରଣବ ମୁଖାର୍ଜୀଙ୍କ ଦ୍ୱାରା ଲିଖିତ ତାଙ୍କର ସ୍ମୃତିଲେଖ ‘ଦ ପ୍ରେସିଡେନ୍ସିଆଲ ଇୟର୍ସ’ର ପ୍ରକାଶନକୁ କେନ୍ଦ୍ର କରି ଏବେ ତାଙ୍କର ପୁଅ ଓ ଝିଅ ମୁହାଁମୁହିଁ ହୋଇଛନ୍ତି। ପୁଅ ଅଭିଜିତ ମୁଖାର୍ଜୀ ପ୍ରକାଶକଙ୍କୁ ତୁରନ୍ତ ପୁସ୍ତକର ପ୍ରକାଶନ ବନ୍ଦ କରିବାକୁ କହିଥିବା ବେଳେ ଝିିଅ ଶର୍ମିଷ୍ଠା ମୁଖାର୍ଜୀ ପ୍ରକାଶକଙ୍କ ସପକ୍ଷରେ ରହିଛନ୍ତି ଏବଂ ଅଭିଜିତଙ୍କୁ ପୁସ୍ତକ ପ୍ରକାଶନରେ ଅନାବଶ୍ୟକ ବାଧା ସୃଷ୍ଟି ନ କରିବାକୁ କହିଛନ୍ତି।
@kapish_mehra @Rupa_Books
I , the Son of the author of the Memoir ” The Presidential Memoirs ” request you to kindly stop the publication of the memoir as well as motivated excerpts which is already floating in certain media platforms without my written consent .1/3— Abhijit Mukherjee (@ABHIJIT_LS) December 15, 2020
ଉଲ୍ଲେଖଯୋଗ୍ୟ, ଦେଶର ଅନ୍ୟତମ ଅଗ୍ରଣୀ ଓ ଖ୍ୟାତନାମା ପ୍ରକାଶନୀ ସଂସ୍ଥା ‘ରୁପା’ ଏହି ପୁସ୍ତକକୁ ପ୍ରକାଶ କରୁଥିବା ବେଳେ ଆଉ ଏକମାସ ପରେ ଏହି ପୁସ୍ତକର ଲୋକାପର୍ଣ ହେବାର କାର୍ଯ୍ୟକ୍ରମ ରହିଥିଲା। ଏ ପରିସ୍ଥିତିରେ ଏକ ବିବାଦ ମଧ୍ୟରେ ଛନ୍ଦି ହୋଇ ପଡ଼ିଛି ଏହି ପୁସ୍ତକ।
@kapish_mehra @Rupa_Books
I , the Son of the author of the Memoir ” The Presidential Memoirs ” request you to kindly stop the publication of the memoir as well as motivated excerpts which is already floating in certain media platforms without my written consent .1/3— Abhijit Mukherjee (@ABHIJIT_LS) December 15, 2020
ସ୍ୱର୍ଗତ ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ ପ୍ରକାଶନକୁ ବିରୋଧ କରି କହିଛନ୍ତି ଯେ ପ୍ରକାଶକ ଏହି ପୁସ୍ତକର କିଛି ଅଂଶକୁ ଉଦ୍ଦେଶ୍ୟ ମୂଳକ ଭାବେ ‘ଲିକ୍’ କରିଦେବା ସହ ଏହାକୁ ସର୍ବସାଧାରଣରେ ପ୍ରକାଶ କରାଇ ଦେଇଛନ୍ତି। ତେଣୁ, ତୁରନ୍ତ ଏହି ପୁସ୍ତକର ପ୍ରକାଶନକୁ ବନ୍ଦ କରିବା ପାଇଁ ସେ ପ୍ରକାଶକଙ୍କୁ ଲିଖିତ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଅଭିଜିତ ମୁଖାର୍ଜୀ କହିଛନ୍ତି ଯେ ତାଙ୍କ ପିତା ବର୍ତ୍ତମାନ ଆଉ ନାହାଁନ୍ତି, ତେଣୁ ଏହା ପ୍ରକାଶ ପାଇବା ପୂର୍ବରୁ ସେ ଅନ୍ତିମ କାର୍ଯ୍ୟ କରିବାକୁ ଚାହୁଁଛନ୍ତି।
I, daughter of the author of the memoir ‘The Presidential Years’, request my brother @ABHIJIT_LS not to create any unnecessary hurdles in publication of the last book written by our father. He completed the manuscript before he fell sick 1/3
— Sharmistha Mukherjee (@Sharmistha_GK) December 15, 2020
ଅନ୍ୟପକ୍ଷରେ ଅଭିଜିତଙ୍କ ଭଉଣୀ ଶର୍ମିଷ୍ଠା ମୁଖାର୍ଜୀ ଖୋଲାଖୋଲି ଭାବେ ପ୍ରକାଶକଙ୍କ ପକ୍ଷ ନେବା ସହ ଭାଇ ଅଭିଜିତଙ୍କ ଉପରେ ଆକ୍ରମଣ କରିଛନ୍ତି। ଉଭୟ ଭାଇଭଉଣୀଙ୍କ ପିତାଙ୍କ ସ୍ମୃତିଲେଖ ଉପରେ ନିଷ୍ପତ୍ତି ନେବାର ଅଧିକାର ଅଛି ବୋଲି ସେ ଦାବି କରିଛନ୍ତି। ଉଲ୍ଲେଖଯୋଗ୍ୟ, କିଛି ଗଣମାଧ୍ୟମରେ ସଂପୃକ୍ତ ପୁସ୍ତକର କିଛି ଅଂଶ ପ୍ରକାଶ ପାଇଯିବା ପରେ ଏହାକୁ କେନ୍ଦ୍ରକରି ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି।
The post ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ମୃତିଲେଖ ପ୍ରକାଶନକୁ ନେଇ ପୁଅ ଓ ଝିଅ ହେଲେ ମୁହାଁମୁହିଁ first appeared on Sambad.
from ବିଶେଷ – Sambad https://ift.tt/3qY3SmT
0 Comments