
ନୂଆଦିଲ୍ଲୀ: ଅନଲାଇନ୍ ଜରିଆରେ ଜିନିଷପତ୍ର କିଣିବା ସମୟରେ ରିଭ୍ୟୁ ଦେଖା ଯାଇଥାଏ। ଏତଦବ୍ୟତୀତ କୌଣସି ହୋଟେଲ କିମ୍ବା ରେସ୍ତୋରାଁ ଗଲେ ବି ରିଭ୍ୟୁର ଆବଶ୍ୟକତା ପଡ଼ିଥାଏ। ଆଜିକା ସମୟରେ ଲୋକମାନଙ୍କୁ ଏସବୁ ଇଣ୍ଟରନେଟ ଜରିଆରେ ଗୁଗୁଲରେ ରେସ୍ତୋରାଁ, ହୋଟେଲ ଓ ଅନ୍ୟ ଜିନିଷର ରିଭ୍ୟୁ ମିଳିଯାଉଛି। ଏସବୁ ଥିରେ କେବେ ଆପଣ କୌଣସି ଜେଲର ରିଭ୍ୟୁ ଦେଖିଛନ୍ତି କି ଶୁଣିଛନ୍ତି?
ଆଜ୍ଞା ହଁ, ଇଣ୍ଟରନେଟରେ ଜଣେବ୍ୟକ୍ତି ମହାରାଷ୍ଟ୍ରସ୍ଥିତ ଏକ ଥାନାର ରିଭ୍ୟୁ କରିଛନ୍ତି। ଯାହାର ଏକ ସ୍କ୍ରିନସଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଏହି ସ୍କ୍ରିନ ସଟକୁ ଆଇପିଏସ ଅଫିସର ସନ୍ତୋଷ ସିଂହ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ଥାନା ଏତେ ଭଲ କି ଅନେକ ଦ୍ବିତୀୟ ଥର ଗିରଫ ହୋଇ ଆସିବାକୁ ଚାହିଁବେ। ଏହି କଥା ମୁଁ କ’ଣ ଆପଣ ବି କହିବେ।’
ଏହି ଟୁଇଟ ପୋଷ୍ଟ ହେବାର କିଛି ସମୟ ମଧ୍ୟରେ ଏହାକୁ ୨ହଜାରରୁ ଅଧିକ ଲାଇକ ମିଳିଥିବା ବେଳେ ୧୮୩ରୁ ଅଧିକ ରି-ଟୁଇଟ କରାଯାଇଛି।
थाना इतना अच्छा कि कोई दुबारा गिरफ्तार हो कर आना चाहे
How do you assess it.#policereforms #policing@ipsvijrk @ipskabra @arunbothra @dubey_ips @arifhs1 @AwanishSharan @PriyankaJShukla @sonalgoelias @editorsunil @TheVijayKedia @ParveenKaswan @upcoprahul pic.twitter.com/eczJebXOmH— Santosh Singh (@SantoshSinghIPS) December 12, 2020
ଭାଇରାଲ ସ୍କ୍ରିନସଟ୍ ମୁତାବକ, ଏହି ରିଭ୍ୟୁ ମହାରାଷ୍ଟ୍ରର ମୀରା ଭାୟନ୍ଦରସ୍ଥିତ ନୂଆ ନଗର ପୁଲିସ ଷ୍ଟେସନର। ମନସୁରୀ ଅବେଶ ନାମକ ଜଣେ ବ୍ୟବହାରକାରୀ ୫ଟି ଷ୍ଟାର ଦେଇ ପୁଲିସ ଷ୍ଟେସନର ବହୁତ ପ୍ରଶଂସା କରି ଲେଖିଥିଲେ, ମୁଁ ଗିରଫ ହୋଇ ଏହି ପୁଲିସ ଷ୍ଟେସନକୁ ଆସିଥିଲି। ଏଠାରେ ମୋ ସହିତ ପୁଲିସ କର୍ମଚାରୀମାନେ ଭଲ ବ୍ୟବହାର କରିଥିଲେ। ହାଜତ୍ ବି ବହୁତ ଭଲ ରହିଥିଲା। ଦିଆଯାଉଥିବା ଖାଦ୍ୟର ଗୁଣବତ୍ତା ବି ଠିକ ଥିଲା। ହାତକଡ଼ି ଟିକେ ଜୋରରେ ବାନ୍ଧା ଯାଇଥିଲା। ତଥାପି ବିଶେଷ କିଛି ଅସୁବିଧା ହୋଇ ନଥିଲା। ଏଠାରେ ଥିବା ସମସ୍ତ ଅଧିକାରୀଙ୍କ ସ୍ବଭାବ ବି ଭଲ ରହିଛି। ସବୁକୁ ମିଶାଇ କହିଲେ ଏହା ଏକ ଭଲ ଅନୁଭବ ରହିଥିଲା। ଯଦି ମୋତେ କେବେ ସୁଯୋଗ ମିଳେ ପୁଣି ଥରେ ଏହି ପୁଲିସ ଷ୍ଟେସନକୁ ଆସିବି।
The post ଗିରଫ ବ୍ୟକ୍ତି ଗୁଗୁଲରେ କଲେ ଥାନାର ରିଭ୍ୟୁ: ଆଇପିଏସ କହିଲେ, ‘ଥାନା ଏତେ ଭଲ ଯିଏ ଥରେ ଆସିଛି ସେ ଦ୍ବିତୀୟ ଥର ଆସିବ’ first appeared on Sambad.
from ବିଶେଷ – Sambad https://ift.tt/3nnouTh



0 Comments