ସମୁଦ୍ର କୂଳରୁ ମା’ ଓ ଝିଅ ପଥର ଭାବି ଆଣିଥିଲେ ଏକ ଅଦ୍ଭୁତ ଜିନିଷ; ଘରେ ହେଲା ବିସ୍ଫୋରଣ

କେଣ୍ଟ: ବ୍ରିଟେନର କେଣ୍ଟରେ ବସବାସ କରୁଥିବା ମା’ ଓ ଝିଅ ସାମାନ୍ୟ ପଥର ଭାବି ଯାହାକୁ ଘରକୁ ଆଣିଥିଲେ ତାହା ଘରେ ବିସ୍ଫୋରଣ ଘଟାଇ ଥିଲା। ଫଳରେ ଦୁହିଁଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି।

ସୂଚନାଯୋଗ୍ୟ, ୩୮ବର୍ଷୀୟ ଜୋଡି କ୍ରୃଜ୍ ଏବଂ ତାଙ୍କ ୮ବର୍ଷୀୟା ଝିଅ ଇସାବେଲା ସମୁଦ୍ର କୂଳକୁ ବୁଲିବାକୁ ଯାଇଥିଲେ। ଏହି ସମୟରେ ମା’ ଓ ଝିଅ ସମୁଦ୍ର କୂଳରେ ଏକ ଅଦ୍ଭୁତ ଜିନିଷ ଦେଖିବାକୁ ପାଇଥିଲେ। ଜୋଡି ଏବଂ ଇସାବେଲା ପ୍ରଥମେ ଏହାକୁ ପ୍ରାଚୀନ ଜୀବାଶ୍ମ କିମ୍ବା କୌଣସି ପଶୁର ହାଡ଼ ବୋଲି ଭାବିଥିଲେ। ଏହା ବେଶୀ ଭାରୀ ନ ଥିବାରୁ ମା’ ଓ ଝିଅ ଦୁହେଁ ଏହାକୁ ଘରକୁ ନେଇ ଆସି ରୋଷେଇ ଘରେ ରଖିଥି‌ଲେ।


ସୋସିଆଲ୍ ମିଡିଆରେ କିଛି ରିସର୍ଚ୍ଚ କରିବା ପରେ ମା’ ଓ ଝିଅ ଏଥିରେ ପିନ୍ ଲଗାଇଥିଲେ। ପିନ୍ ଲଗାଇବା ପରେ ଏଥିରୁ ଧୁଆଁ ବାହାରିଥିଲା। କିଛି ସମୟ ପରେ ଏହା ବିସ୍ଫୋରିତ ହୋଇଥିଲା। ସୌଭାଗ୍ୟବଶତଃ ଏଥିରେ ମା’ ଓ ଝିଅଙ୍କୁ କୌଣସି କ୍ଷତି ପହଞ୍ଚି ନାହିଁ। କିନ୍ତୁ ରୋଷେଇ ଘରେ ଥିବା ଜିନିଷ ଏହି ବିସ୍ଫୋରଣରେ ନଷ୍ଟ ହୋଇଯାଇଛି। ତେବେ ବିସ୍ଫୋରଣ ହୋଇଥିବା‌ ଜିନିଷଟି ଦ୍ବିତୀୟ ବିଶ୍ବଯୁଦ୍ଧ ସମୟର ଗ୍ରେନେଡ ବୋଲି କୁହାଯାଉଛି।

https://ift.tt/34bGBnI

The post ସମୁଦ୍ର କୂଳରୁ ମା’ ଓ ଝିଅ ପଥର ଭାବି ଆଣିଥିଲେ ଏକ ଅଦ୍ଭୁତ ଜିନିଷ; ଘରେ ହେଲା ବିସ୍ଫୋରଣ first appeared on Sambad.



from ବିଶେଷ – Sambad https://ift.tt/3mgX2VZ

Post a Comment

0 Comments