ସୁନ୍ଦରଗଡ଼: ବଡଦିନ ପାଳନ ହେଉଥିବା ବେଳେ ଆଜି ସନ୍ଧ୍ୟା ୫ ଟାରୁ ୭ଟା ଯାଏଁ କୋଇଡାର ଟେନସା-ବରସୁଁଆ ରାସ୍ତାରେ ଏକ ହାତୀକୁ ନେଇ ବିଚିତ୍ର ସ୍ଥିତି ସୃଷ୍ଟି ହୋଇଥିଲା। ହାତୀଟି ବେଶ୍ କିଛି ସମୟ ଧରି ରାସ୍ତା ଉପରେ ଠିଆ ହୋଇ ଯାଉଥିବା ଗାଡିଗୁଡିକୁ ଅଟକାଇଥିଲା। ସେ କାହାରିକୁ ଆକ୍ରମଣ କରି ନଥିଲା କିମ୍ବା ଉଗ୍ର ନଥିଲା। ତେବେ ସେ ଭୋକିଲା ଜଣା ପଡୁଥିଲା। ଗଜରାଜ ଗାଡିଗୁଡିକୁ ଅଟକାଇ ଚାଳକମାନଙ୍କ ନିକଟକୁ ଶୁଣ୍ଢ ବଢାଇ ଖାଦ୍ୟ ମାଗିଥିଲା। ଫଳରେ ପ୍ରାୟ ୨ ଘଣ୍ଟା ଧରି ଟେନସା-ବରସୁଁଆ ଘାଟିରେ ଗାଡି ଚଳାଚଳ ବନ୍ଦ ରହିଥିଲା। ଅଟକି ଥିବା ଗାଡିଗୁଡିକର ଯାତ୍ରୀ ଓ ଚାଳକମାନେ ହାତୀ ଦେଖିବାକୁ ଭିଡ କରିଥିଲେ। ପରେ ହାତୀଟି ଆପଣାଛାଏଁ ଘାଟିରାସ୍ତାରୁ ଜଙ୍ଗଲ ମଧ୍ୟକୁ ପ୍ରବେଶ କରି ପଳାଇଥିଲା।
The post ଭିଡିଓ ଦେଖନ୍ତୁ: କେମିତି ଗାଡି ଅଟକାଇଲା ଭୋକିଲା ଗଜରାଜ first appeared on Sambad.
from ବିଶେଷ – Sambad https://ift.tt/2KVSEPn
0 Comments