
ଲକ୍ଷ୍ମୌ: ଉତ୍ତରପ୍ରଦେଶର ଲକ୍ଷ୍ମୌର ଜଣେ ପୁଲିସ ତାଙ୍କ ଜୀବନ ସହ ଖେଳି ଏକ ବଡ ଧରଣର ଦୁର୍ଘଟଣାକୁ ଅଟକାଇ ଦେଇଛନ୍ତି। ହୁତୁହୁତୁ ହୋଇ ଜଳୁଥିବା ନିଆଁ ଭିତରେ ପ୍ରବେଶ କରି ଜଣେ ବ୍ୟକ୍ତିଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଏହି ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି।
ଟ୍ୱିଟରରେ ଏହି ଭିଡଓକୁ @ ୧୧୨ ଉତ୍ତରପ୍ରଦେଶ ସେୟାର କରିଛନ୍ତି। ଏଥିରେ ପୁଲିସ କମ୍ବଳ ଘୋଡାଇ ହୋଇ ନିଆଁକୁ ଆୟତ୍ତ କରୁଥିବା ଦେଖିବାକୁ ମିଳୁଛି।
ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ ନିଆଁ ଜଳୁଥିବା ବେଳେ ପୁଲିସ କର୍ମଚାରୀ ଘର ଭିତରକୁ ପ୍ରବେଶ କରୁଛନ୍ତି। ଗୋଟିଏ ବାଡି ସାହାଯ୍ୟରେ ନିଆଁକୁ ହଟାଇବା ସହିତ ସିଲଣ୍ଡରକୁ ବାହାର କରୁଛନ୍ତି। ଯଦି ପୁଲିସ କର୍ମୀ ନିଆଁକୁ ବାହାର କରି ନଥାଆନ୍ତେ ତେବେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିବାର ସମ୍ଭାବନା ରହିଥିଲା। ଏହି କାରଣରୁ ସୋସିଆଲ ମିଡିଆରେ ଉକ୍ତ ପୁଲିସ କର୍ମଚାରୀଙ୍କ ବହୁତ ପ୍ରଶଂସା କରାଯାଉଛି।
लखनऊ के थाना बाज़ारखाला अन्तर्गत आग लगने की सूचना पर पीआरवी 0487 के पायलट मो. अतीक ने साहस का परिचय देते हुए भीषण आग के बीच घर में घुसकर सिलिंडर व बुरी तरह से फसे व्यक्ति को सुरक्षित बाहर निकाला, जिससे सिलिंडर फटने व उससे होने वाली क्षति को रोका जा सका।
आपके साहस पर हमें गर्व है! pic.twitter.com/u2XYAwZPz4— Call 112 (@112UttarPradesh) December 23, 2020
୧୧୨ ଉତ୍ତରପ୍ରଦେଶ ଭିଡିଓ ପୋଷ୍ଟ କରିବାବେଳେ କ୍ୟାପସନରେ ଲେଖିଛନ୍ତି, ଲକ୍ଷ୍ମୌର ଥାନା ବଜାରଖାଲା ଅନ୍ତର୍ଗତ ନିଆଁ ଲାଗିବା ସମ୍ପର୍କରେ ସୂଚନା ମିଳିଥିଲା। ଏହି ସୂଚନା ପାଇବା ପରେ ପିଆରବି ୦୪୮୭ ପାଇଲଟ୍ ମୋ. ଅତିକ ଘଟଣାସ୍ଥଳରେ ଯାଇ ପହଞ୍ଚି ଯାଇଥିଲେ। ସାହସ ଦେଖାଇ ହୁତୁହୁତୁ ହୋଇ ଜଳୁଥିବା ନିଆଁ ମଧ୍ୟରେ ପ୍ରବେଶ କରି ତା’ ମଧ୍ୟରେ ଫଶିଥିବା ବ୍ୟକ୍ତିଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ।
ଏହି ଭିଡିଓଟି ୨୩ ଡିସେମ୍ବର ରାତିରେ ସେୟାର କରାଯାଇଥିଲା, ଏପର୍ଯ୍ୟନ୍ତ ୨୨ ହଜାରରୁ ଅଧିକ ଏହାକୁ ଦେଖି ସାରିଲେଣି। ୨ହଜାରରୁ ଅଧିକ ଲାଇକ୍ ଏବଂ ୩୦୦ ରୁ ଅଧିକ ରି-ଟ୍ୱିଟ୍ ମଧ୍ୟ ଏହି ଭିଡିଓକୁ କରାଯାଇଛି | ଅନେକ ଲୋକ ପୁଲିସ କର୍ମଚାରୀଙ୍କୁ ପ୍ରଶଂସା କରିବା ସହିତ ଭଲ ପ୍ରତିକ୍ରିୟା ବି ଦେଇଛନ୍ତି।
The post ନିଜ ଜୀବନକୁ ଖାତିର ନକରି ହୁତୁହୁତୁ ହୋଇ ଜଳୁଥିବା ନିଆଁ ଭିତରୁ ବ୍ୟକ୍ତିଙ୍କୁ ଉଦ୍ଧାର କଲେ ପୁଲିସ first appeared on Sambad.
from ବିଶେଷ – Sambad https://ift.tt/3mVli0o
0 Comments