
ମାଲକାନଗିରି: ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅତି ଦୁର୍ଗମ ଏବଂ ନକ୍ସଲ ପ୍ରବଣ ବ୍ଲକ ଭାବେ ପରିଚିତ। ଏଠାରେ ତହିସିଲଦାର ଭାବେ ଦାୟୀତ୍ବରେ ଥିବା ରାମ କୃଷ୍ଣ ନାୟକ ଏହି ଅଂଚଳରେ ଭଲ କାମ କରି ବେଶେ ଲୋକପ୍ରିୟ ହୋଇପାରିଛନ୍ତି। ତାଂକର କାମ କରିବାର ଶୈଳୀକୁ ନେଇ ଲୋକେ ପ୍ରଶଂସା କରୁଛନ୍ତି। ତେବେ ତାଂକର ଦାୟୀତ୍ବକୁ ସେ କିପରି ନିଭାଉଛନ୍ତି, ସେହି ଦୃଶ୍ୟ ବଣ୍ଡାଘାଟିରେ ଦେଖିବାକୁ ମିଳିଥିଲା। ନିଜର ସହକର୍ମୀଙ୍କୁ ନେଇ ସେ ବଣ୍ଡାଘାଟିର ଦୁର୍ଗମ ଗ୍ରାମଗୁଡିକକୁ ବୁଲି ଜମି ପଟ୍ଟା ବଣ୍ଟନ ପାଇଁ ଯାଇଥିଲେ। ସେଠାରେ ଲୋକଙ୍କ ସମସ୍ୟା ବୁଝିବା ସହ କିପରି ସେମାନଙ୍କର ସମସ୍ୟା ଦୂର ହେବ ସେନେଇ ପଦକ୍ଷେପ ନେବେ ବୋଲି ବଣ୍ଡା ଜନଜାତିର ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ତେବେ ସେ କହିବା ଅନୁଯାୟୀ କାମ ଆଗରେ ଖାଇବା ପରେ।ସେ ସବୁବେଳେ କାମକୁ ପ୍ରାଥମିକତା ଦେଇଥାନ୍ତି।
କାମ ପରେ ସେ କୌଣସି ଘରେ କିମ୍ବା କୌଣସି ଦୋକାନ ପିଣ୍ଡାରେ ନବସି ରାସ୍ତା କଡରେ ହିଁ ଖାଦ୍ୟ ଖାଉଥିବା ଦେଖିବାକୁ ମିଳିଥିଲା। ଯାହାକୁ ନେଇ ଏବେ ତହିସିଲଦାର ଶ୍ରୀ ନାୟକ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି। ଖାଇବା ପାଇଁ କେବଳ ଚେୟାର ଟେବୁଲ ହିଁ ଦରକାର ତାହା ନୁହେଁ କାମ କଲାବେଳେ ଯଦି ଖାଇବା ପାଇଁ ଯେକୌଣସି ସ୍ଥାନରେ ମିଳେ ତାଂକୁ ଖାଦ୍ୟ ମିଳେ ସେ ବାଛବିଚାର କରୁନଥିବା କହନ୍ତି। ଖାଇବା ଆମର ପ୍ରାଥମିକତା ନୁହେଁ ଲୋକଙ୍କ ସମସ୍ୟା ବୁଝିବା ଏବଂ ତାକୁ କିପରି ସମାଧାନ କରିବା ହେଉଛି ସରାକାରୀ ବାବୁଙ୍କ କାମ ଓ ଦାୟୀତ୍ବ ବୋଲି ସେ କହନ୍ତି। ଦୁର୍ଗମରୁ ଦୁର୍ଗମ ଅଂଚଳ ନିଜେ ବୁଲି ଲୋକଙ୍କୁ ସେବା ଯୋଗାଉଥିବାରୁ ସେ ଆଜି ବେଶ ପ୍ରଶଂସାର ପାତ୍ର ବନିଛନ୍ତି।
The post ବଣ୍ଡାଘାଟିରେ ଜମି ପଟ୍ଟା ବଣ୍ଟନ ବେଳେ ରାସ୍ତା କଡରେ ଖାଇଲେ ତହସିଲଦାର first appeared on Sambad.
from ବିଶେଷ – Sambad https://ift.tt/3rv8XmU
0 Comments