ନାତିର ନାଁ ପୃଥ୍ବୀ ରଖିଲେ ମୁକେଶ ଅମ୍ବାନୀ, ଜାଣନ୍ତୁ ଏଭଳି ନାଁ ରଖିବା ପଛର କାରଣ

ନୂଆଦିଲ୍ଲୀ: ପ୍ରଥମେ ବାପା, ପରେ ଶଶୁର ହେବା ପରେ ଡି‌ସେମ୍ବର ୧୦ରେ ଜେଜେ ହୋଇଥିଲେ ରିଲାଏନ୍ସ ଗ୍ରୁପର ଚେୟାରମ୍ୟାନ ମୁକେଶ ଅମ୍ବାନୀ। ମୁକେଶ ଅମ୍ବାନୀଙ୍କ ବଡ଼ ପୁଅ ଆକାଶ ଅମ୍ବାନୀ ଏବଂ ତାଙ୍କ ପତ୍ନୀ ଶ୍ଲୋକା ମେହେଟ୍ଟା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ତେବେ ଜନ୍ମ ହେବାର ୧୨ଦିନ ପରେ ଏବେ ଅମ୍ବାନୀ ପରିବାର ନବଜାତର ନାମକରଣ କରିଛନ୍ତି। ଆକାଶ ଅମ୍ବାନୀ ଏବଂ ତାଙ୍କ ପତ୍ନୀ ଶ୍ଲୋକା ମେହେଟ୍ଟା ନିଜ ପୁଆର ନାଁ ପୃଥ୍ବୀ ରଖିଥିବା ଜଣା ପଡ଼ିଛି। ପୂରା ନାଁ ରହିଛି ପୃଥ୍ବୀ ଆକାଶ ଅମ୍ବାନୀ।

 पृथ्वी नाम के पीछे क्या ये है वजह
oneindia

ତେବେ ଏହି ଖବର ଆସିବା ପରେ ନାତିର ନାଁ ମୁକେଶ ଅମ୍ବାନୀ ପୃଥ୍ବୀ କାହିଁକି ରଖିଲେ, ସେ ନେଇ ଆଲୋଚନା ଆରମ୍ଭ ହୋଇଛି। ବିଭିନ୍ନ ଲୋକ ଭିନ୍ନ ଭିନ୍ନ ମତ ରଖିଛନ୍ତି। ସୋସିିଆଲ ମିଡିଆରେ କିଛି ଲୋକଙ୍କ ମୁତାବକ, ଆକାଶ ଜନ୍ମ ହେବା ସମୟରେ ମୁକେଶ ଅମ୍ବାନୀ ବିମାନରେ ମଝି ଆକାଶରେ ଯାତ୍ରା କରୁଥିଲେ। ସେଥିପାଇଁ ସେ ତାଙ୍କ ପୁଅର ନାଁ ଆକାଶ ରଖିଥିଲେ। କିନ୍ତୁ ଆକାଶଙ୍କ ପୁଅ ଜନ୍ମ ହେବା ସମୟରେ ସେ ପୃଥିବୀ ଉପରେ ଥିବାରୁ ନିଜର ନାତି ନାଁ ପୃଥ୍ବୀ ରଖିଛନ୍ତି। ତେବେ ପୃଥ୍ବୀ ନାଁ କ’ଣ ପାଇଁ ରଖାଗଲା ଏ ନେଇ ଅମ୍ବାନୀ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ରଖାଯାଇ ନାହିଁ।

The post ନାତିର ନାଁ ପୃଥ୍ବୀ ରଖିଲେ ମୁକେଶ ଅମ୍ବାନୀ, ଜାଣନ୍ତୁ ଏଭଳି ନାଁ ରଖିବା ପଛର କାରଣ first appeared on Sambad.



from ବିଶେଷ – Sambad https://ift.tt/37JwYin

Post a Comment

0 Comments