
ଚେନ୍ନାଇ: କରୋନା କାଳରେ ଲକଡାଉନ ସଡଡାଉନ୍ ଭିତରେ ସଂକ୍ରମଣ ଭୟକୁ ଦେଖି ଲୋକମାନେ ବିବାହକୁ ଅନଲାଇନ ଜରିଆରେ କରୁଥିବାର ଅନେକ ଘଟଣା ଦେଖିବାକୁ ମିଳିଛି। ଅତିଥିମାନେ ଭିଡିଓ କଲିଂ ଜରିଆରେ ବାହାଘର ଦେଖି ନବଦମ୍ପତିଙ୍କୁ ଆର୍ଶୀବାଦ ଦେଉଥିବାର ଏକ ଟ୍ରେଣ୍ଡ ଆରମ୍ଭ ହୋଇଯାଇଛି।
ଏହି କ୍ରମରେ ଚେନ୍ନାଇର ଏକ ପରିବାରକୁ ନେଇ ଚର୍ଚ୍ଚା ଜୋର ଧରିଛି। ସୋସିଆଲ ମିଡିଆରେ ଉକ୍ତ ପରିବାରଲୋକଙ୍କ ଏଭଳି ନିଆରା ପଦକ୍ଷେପ ପାଇଁ ପ୍ରଶଂସା ବି କରାଯାଉଛି। ତେବେ ଏଭଳି ଅନଲାଇନ ବିବାହରେ ସମ୍ପର୍କୀୟ ବିବାହ ସିନା ଦେଖି ପାରୁଛନ୍ତି କିନ୍ତୁ ଭୋଜିର କୌଣସି ପ୍ରକାର ମଜା ଉଠାଇ ପାରୁ ନାହାନ୍ତି। ଏହାକୁ ଦୃଷ୍ଟି ରଖି ଚେନ୍ନାଇର ଏକ ପରିବାର ନିଜର ୭୦୦ ଅତିଥିଙ୍କ ଘରକୁ ବିବାହ ଭୋଜିର ଖାଦ୍ୟକୁ ପଠାଇଥିଲେ।
ପୁଅର ବିବାହ ପାଇଁ ବାପା ବହୁତ ଆଶାବାନ୍ଧି ବସିଥିଲେ। ଏବେ ପୁଅର ବିବାହ ହୋଇଥିଲା ବେଳେ ବିବାହ ଭୋଜିରେ ହୋଇଥିବା ଖାଦ୍ୟକୁ ସେ ନିଜ ସମ୍ପର୍କୀୟଙ୍କ ପାଖକୁ ପଠାଇବାକୁ ଚାହିଁଥିଲେ। ତେଣୁ ସେ ଏଭଳି ନିଷ୍ପତ୍ତି ନେଇଥିଲେ।
ନିମନ୍ତ୍ରିତ ଅତିଥିଙ୍କ ପାଖକୁ ରଙ୍ଗୀନ ବ୍ୟାଗରେ ବଡ଼ବଡ଼ ଟିଫିନରେ ଖାଇବା ସହ କଦଳି ପତ୍ର ପଠାଯାଇଥିଲା। ଏଥିରେ ମୋଟ ୧୨ ପ୍ରକାରର ବ୍ୟଞ୍ଜନ ରଖାଯାଇଥିଲା।
The post ୭୦୦ ଅତିଥିଙ୍କ ଘରକୁ ପୁଅର ପିତା ଅନଲାଇନରେ ପଠାଇଲେ ବିବାହ ଭୋଜି first appeared on Sambad.
from ବିଶେଷ – Sambad https://ift.tt/2K1n4iP
0 Comments